ETV Bharat / state

ପୁଣି ଅଲୋଡା ଶିଶୁ କନ୍ଯା, କେନାଲରୁ ମୃତଦେହ ଉଦ୍ଧାର - unknownd girl child dead body rescue

ମାତୃତ୍ଵ ଆଗରେ ପୁଣି ଲାଗିଲା କଳଙ୍କ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ରତଙ୍ଗ ଗ୍ରାମ କାଳୀ ମନ୍ଦିର ପାଖ କେନାଲରେ ଶିଶୁ କନ୍ୟା ଫିଙ୍ଗି ଦେଇଛନ୍ତି । ଅଧିକ ଦେଖନ୍ତୁ...

ପୁଣି ଅଲୋଡା ଶିଶୁ କନ୍ଯା, କେନାଲରୁ ମୃତଦେହ ଉଦ୍ଧାର

author img

By

Published : Jul 19, 2020, 9:44 PM IST

ଫୁଲବାଣୀ: ପୁଣି ଅଲୋଡ଼ା ଶିଶୁ କନ୍ୟା । ମାତୃତ୍ଵ ଆଗରେ ପୁଣି ଲାଗିଲା କଳଙ୍କ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ରତଙ୍ଗ ଗ୍ରାମ କାଳୀ ମନ୍ଦିର ପାଖ କେନାଲରେ ।

ପୁଣି ଅଲୋଡା ଶିଶୁ କନ୍ଯା, କେନାଲରୁ ମୃତଦେହ ଉଦ୍ଧାର

ଖବର ମୁତାବକ କୌଣସି ଏକ ଅଜଣା ମାତୃତ୍ଵ ରାତି ସମୟରେ ଗୋଟିଏ ଶିଶୁ କନ୍ୟା ଜନ୍ମ ଦେଲା ପରେ କାଳୀ ମନ୍ଦିରରୁ ମାତ୍ର 20.ରୂ 25 ମିଟର ଦୂରରେ ଥିବା କେନାଲରେ ଫିଙ୍ଗି ଦେଇ ଚାଲି ଯାଇଥିବା ଅନୁମାନ କରୁଛି ପୋଲିସ୍ । ଶିଶୁକନ୍ୟାର ମୃତଦେହକୁ ଜବତ କରିଛି ପୋଲିସ୍ । ଏହା ଏକ ଅବୈଧ ସମ୍ପର୍କ କିମ୍ଵା ପ୍ରେମ ଜନିତ ସମ୍ପର୍କରୁ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ପ୍ରଶ୍ନ ଉଠୁଛି ସରକାର ଶିଶୁ କନ୍ୟା ପ୍ରତି ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ଫିରିଙ୍ଗିଆ ଅଞ୍ଚଳରେ ଏକାଧିକ ଶିଶୁ କନ୍ୟା ବାହାରେ ଫିଙ୍ଗା ଯିବା ଘଟଣାକୁ ଅଞ୍ଚଳ ବାସି ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଅନ୍ୟପଟେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ଘଟଣା ସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଚାଲୁ ରହିଥିବା କହିଛନ୍ତି । ପୂର୍ବରୁ ଫିରିଙ୍ଗିଆ ମେଡିକାଲ ପଛ ପଟେ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର କରି ଥିବା ବେଳେ ବର୍ତମାନ ରତଙ୍ଗ ନାଳରେ ମୃତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ପୋଲିସ୍ ସୂଚନା ଦେଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.