ETV Bharat / state

୨୧୨ କେଜି ଗଞ୍ଜେଇ ଜବତ, ୫ ଗିରଫ - କନ୍ଧମାଳ ଖବର

ଜିଲ୍ଲାରେ ଜବତ ହେଲା ଗଞ୍ଜେଇ । କନ୍ଧମାଳ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଚଢାଉ ସମୟରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହିତ ୨୧୨ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରା ଚାଲାଣ ଚେର କନ୍ଧମାଳରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ଦେଇଛି ପୋଲିସ । ଅଧିକ ପଢନ୍ତୁ

୨୧୨ କେଜି ଗଞ୍ଜେଇ ଜବତ, ୫ ଗିରଫ
୨୧୨ କେଜି ଗଞ୍ଜେଇ ଜବତ, ୫ ଗିରଫ
author img

By

Published : Jun 28, 2022, 7:06 PM IST

ଫୁଲବାଣୀ: ଜିଲ୍ଲାରେ ଜବତ ହେଲା ଗଞ୍ଜେଇ । କନ୍ଧମାଳ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଚଢାଉ ସମୟରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହିତ ୨୧୨ କେଜି ଗଞ୍ଜେଇ ଜବତ କରିଛି । ଗଂଜେଇ ଚୋରା ଚାଲାଣ ଚେର କନ୍ଧମାଳରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ଦେଇଛି ପୋଲିସ ।

କନ୍ଧମାଳ ଜିଲ୍ଲା ସଦର ଥାନା ପୋଲିସ ଏବଂ ଫିରିଙ୍ଗିଆ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୧୨ କେଜି ଗଞ୍ଜେଇ ଜବତ କରିଛନ୍ତି। ଚଢାଉ ବେଳେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ପଶ୍ଚିମବଙ୍ଗରୁ ବୋଲି ଜଣା ପଡିଛି । ସଦର ଥାନା ପୋଲିସ କନ୍ଧମାଳ କଟ୍ରିଙ୍ଗିଆ-ବିଶିପଡା ରାସ୍ତାର ବିଶିପଡା ଛକ ଠାରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବୋଲେରୋ ପିକ୍‌ଅପ ଭ୍ୟାନରୁ ୧୦୭ କେଜିର ଗଞ୍ଜେଇ ଜବତ କରିଥିଲା । ବୋଲେରୋ ପିକ୍‌ଅପ ଭ୍ୟାନକୁ ଜବତ କରିବା ସହିତ ପୋଲିସ ଘଟଣାସ୍ଥଳରୁ ଦୁଇ ଜଣକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ସାଡିଙ୍ଗିଆ ଅଞ୍ଚଳର ଚିକୁନୁ ଦିଗାଲ ଓ ଅନାମିକ ଦିଗାଲ । ଅଭିଯୁକ୍ତଙ୍କ ବିରୋଧରେ ସଦର ଥାନା ଥାନାରେ ୯୯/୨୨ରେ ଏକ ମାମଲା ରୁଜୁ କରାଯାଇଥିବା ସଦର ଥାନା ଅଧିକାରୀ ପ୍ରଶାନ୍ତ ବେହେରା କହିଛନ୍ତି ।

ସେହିପରି ଫିରିଙ୍ଗିଆ ଥାନା ପୋଲିସ ମାଲା ନିକଟରେ ଚଢ଼ାଉ କରି ଏକ ପିକଅପ ଭ୍ୟାନରୁ ୧୦୫ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ପୋଲିସ ୩ ଜଣକୁ ଗିରଫ କରିଛି । ସେମାନେ ହେଲେ ପଶ୍ଚିମବଙ୍ଗର ନବ କୁମାର ମଣ୍ଡଳ, ରମଜାନ ଖାନ ଓ ଗଞ୍ଜାମ ବଡଗଡ଼ ଅଞ୍ଚଳର ଟୁନା ପ୍ରଧାନ । ଏନେଇ ସେମାନଙ୍କ ବିରୋଧରେ ଫିରିଙ୍ଗିଆ ଥାନାରେ ୧୦୧/୨୨ ମାମଲା ରୁଜ କରିଥିବା ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓ ସୁଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.