ETV Bharat / state

ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର - 50 ଫୁଟ ତଳକୁ ଖସିଲା ଟ୍ରକ

କନ୍ଧମାଳ କଳିଙ୍ଗା ଘାଟିରୁ ତଳକୁ ଖସିଲା ଟ୍ରକ । 50 ଫୁଟ୍‌ ତଳକୁ ଖସି ଗାଡ଼ି ଚୁରମାର । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ପୁରା ପଢ଼ନ୍ତୁ

ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଲା ଟ୍ରକ
ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିଲା ଟ୍ରକ
author img

By ETV Bharat Odisha Team

Published : Oct 20, 2023, 12:06 PM IST

ଫୁଲବାଣୀ: ଘାଟିରୁ ୫୦ ଫୁଟ ତଳକୁ ଖସିଲା ୧୪ ଚକିଆ ଟ୍ରକ୍‌ । ଗାଡ଼ି ଚୁରମାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଏକ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଗୁରୁବାର ସନ୍ଧ୍ୟା ସମୟରେ ଏକ ଷ୍ଟିଲ ରେଲିଂ ବୋଝେଇ ଟ୍ରକ୍‌ କଳିଙ୍ଗା ଘାଟିରେ ଦ୍ବିତୀୟ ବଙ୍କିଆରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଭାରସାମ୍ୟ ହରାଇ ଟ୍ରକଟି ଘାଟିରୁ 50 ଫୁଟ ତଳକୁ ଖସି ପଡ଼ିଛି । ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି । ଅନ୍ୟପଟେ ଉପସ୍ଥିତ ବୁଦ୍ଧି ଘଟାଇ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁୟାୟୀ, ଜି. ଉଦୟଗିରି ନିକଟସ୍ଥ କଳିଙ୍ଗା ଘାଟିର ଘାଟିରେ ଗୁରୁବାର ସନ୍ଧ୍ୟା ପାଖପାଖି 8ଟା ସୁଦ୍ଧା ଏକ ଷ୍ଟିଲ ରେଲିଂ ବୋଝେଇ ଟ୍ରକ କଳିଙ୍ଗା ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଭାରସାମ୍ୟ ହରାଇ ଟ୍ରକ୍‌ଟି ଘାଟିର ଦ୍ବିତୀୟ ବଙ୍କିଆରେ 50 ଫୁଟ୍‌ ତଳକୁ ଖସି ପଡ଼ିଥିଲା । ଫଳରେ ଗାଡିଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି । ଅନ୍ୟପଟେ ଉପସ୍ଥିତ ବୁଦ୍ଧି ଘଟାଇ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଟ୍ରକଟିି ଖସି ପଡୁଥିବା ବେଳେ ଡ୍ରାଇଭର ଜଣକ ଗାଡିରୁ ଡେଇଁ ପଡିଥିଲେ ।

ଏହାମଧ୍ୟ ପଢନ୍ତୁ..ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା ବାଇକ ଓ ଟ୍ରକ, ଜଣେ ଯୁବକ ଗୁରୁତର

ତେବେ ତାଙ୍କୁ ଆହତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଖବର ପାଇ ସ୍ଥାନୀୟ ଆଦର୍ଶ ଥାନା ଆଇଆଇସି ଅଜୟ କୁମାର ସ୍ୱାଇଁ, ଏସ୍ଆଇ ଅନନ୍ତ କୁମାର ପ୍ରଧାନ, ଏଏସ୍ଆଇ ବିନୟ କୁମାର ମହାରଣା, ଏଏସ୍ଆଇ ବୁଲୁ ବେହେରା ଏବଂ ଏଏସ୍ଆଇ କାମରାଜ ରେଡି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ବସ୍‌-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଗର୍ଭବତୀଙ୍କ ସମେତ 10ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର

ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏଏସଆଇ ବଣ୍ଟି ଦନ୍ଦିଆ ଓ ରମେଶ ଚନ୍ଦ୍ର ଦାସ ଉପସ୍ଥିତ ରହି ଆହତ ଡ୍ରାଇଭରଙ୍କୁ ସାହାଯ୍ୟ କରିଛନ୍ତି । ତେବେ ଡ୍ରାଇଭର ଜଣକ ତାମିଲନାଡୁର ତିର୍ ନାଲଭେଲି ଜିଲ୍ଲା ଅନ୍ତର୍ଗତ କେଲେ ସାଲ୍ଭା ଅଞ୍ଚଳର ନମ୍ପି ରାଜନ୍(୩୨) ହୋଇଥିବା ସୂଚନା ରହିଛି । ସେ ସମ୍ବଲପୁରଠାରୁ କୋଏମ୍ବାଟୁରରୁ ଷ୍ଟିଲ୍‌ ରେଲିଂ ନେଇ ଯାଉଥିଲେ । ତେବେ ସମ୍ମୁଖ ଚକା ଫାଟି ଯିବା ପରେ ଗାଡ଼ି ଭାରସାମ୍ୟ ହରାଇ ଖସି ପଡ଼ିଥିବା ସେ କହିଥିଲେ । ତାଙ୍କ ଡ଼ାହାଣ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣା ପଡ଼ିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଫୁଲବାଣୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.