ଫୁଲବାଣୀ: ମୁଖ୍ୟ ରାସ୍ତାରେ କିଛି ବ୍ୟକ୍ତି ବାଣ୍ଟୁଛନ୍ତି ପ୍ରଚାର ପତ୍ର। ପରିଣତ ବୟସରେ ମଧ୍ୟ ସମାଜରୁ କିଛି କୁସଂସ୍କାର ଦୂର କରିବାକୁ ତତ୍ପର ଏହି ବରିଷ୍ଠ ନାଗରିକ ମାନେ। ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଲିଫଲେଟ ବାଣ୍ଟି ଲୋକଙ୍କୁ ଅନ୍ଧ ବିଶ୍ବାସ ବିରୋଧରେ କରୁଛନ୍ତି ସଚେତନ।
କନ୍ଧମାଳ ଜିଲ୍ଳାରେ ରହିଛି ଅନେକ ଅନ୍ଧବିଶ୍ବାସ । ସେଥିରୁ ମୁକ୍ତି ମିଳିବ ଦରକାର। ଗୁଣିଗାରେଡି କରି ଅନେକ କ୍ଷତି କରୁଛନ୍ତି ଲୋକେ। ତେଣୁ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ଅବସରରେ ଯୁକ୍ତି ଓ ବିଜ୍ଞାନ ସମ୍ମତ କଥା କଣ ଆସନ୍ତୁ ଜାଣିବା ବୋଲି ବାର୍ତ୍ତା ଦେଉଛନ୍ତି ଏହି ଅବସରପ୍ରାପ୍ତ ବୁଦ୍ଧିଜୀବୀ।
ଏହି ସଚେତନତା ଅଭିଯାନ ପରେ ଅନେକ ସଚେତନ ହେଲେଣି ଓ ଆଗକୁ ଆହୁରି ସଚେତନ ହେବେ ବୋଲି କହିଛନ୍ତି ହେତୁବାଦୀ ସଂଘ କର୍ମକର୍ତ୍ତା।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ