ETV Bharat / state

ସରୁଛି ସମୟ, ଦାଖଲ ହୋଇପାରୁନି ନାମାଙ୍କନ - phulbani

ଲୋକସଭା ଆସନ ଓ ଜିଲ୍ଲାର ତିନୋଟି ବିଧାନସଭା ଆସନ ପାଇଁ 19ତାରିଖରୁ ନାମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଗୋଟିଏ ବି ନାମାଙ୍କନ ଆଜି ସୁଦ୍ଧା ପଡିନାହିଁ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
author img

By

Published : Mar 23, 2019, 2:38 PM IST

ଫୁଲବାଣୀ: ଲୋକସଭା ଆସନ ଓ ଜିଲ୍ଲାର ତିନୋଟି ବିଧାନସଭା ଆସନ ପାଇଁ 19ତାରିଖରୁ ନାମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ଗୋଟିଏ ବି ନାମାଙ୍କନ ଆଜି ସୁଦ୍ଧା ପଡିନାହିଁ । ଆଉ ମାତ୍ର ତିନି ଦିନ ବାକି ରହିଛି ନାମାଙ୍କନ ଶେଷ ହେବା ପାଇଁ । ତେଣୁ ସୋମବାର ଓ ମଙ୍ଗଳବାର ସମସ୍ତ ଦଳୀୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ଆଶା କରାଯାଉଛି ।

ଭିଡିୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନ୍ଧମାଳ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରାଯିବା ବ୍ୟବସ୍ଥା ହୋଇଥିବା ବେଳେ ଉପଜିଲ୍ଲାପାଳଙ୍କ ନିକଟରେ ଫୁଲବାଣୀ ବିଧାନସଭା ଆସନ ଏବଂ ବାଲିଗୁଡା ଉପଜିଲ୍ଲାପାଳଙ୍କ ଠାରେ ବାଲିଗୁଡା ଓ ଘୁ. ଉଦୟଗିରି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବା ପାଇଁ ଧାର୍ଯ୍ୟ ହୋଇଛି । ତେବେ ଗୋଟିଏ ମଧ୍ୟ ନାମାଙ୍କନ ଆଜି ସୁଦ୍ଧା ଦାଖଲ ହୋଇନାହିଁ । ଫଳରେ ନାମାଙ୍କନ ଦାଖଲର ଶେଷ ଦୁଇ ଦିନରେ ପ୍ରବଳ ଗହଳି ହେବା ସୁନିଶ୍ଚିତ । 27 ତାରିଖରେ ନାମାଙ୍କନ ଯାଞ୍ଚ ଥିବା ବେଳେ 29 ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯିବା ନେଇ ତାରିଖ ଘୋଷଣା ହୋଇଛି ।

ଜିଲ୍ଲାର ତିନୋଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ବାଲିଗୁଡା ଓ ଘୁ. ଉଦୟଗିରି ସହିତ କନ୍ଧମାଳ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ କନ୍ଧମାଳ ଲୋକସଭା ଆସନ ସହିତ ବାଲିଗୁଡା ଓ ଫୁଲବାଣୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବିଜେପି କିନ୍ତୁ କେବଳ ବାଲିଗୁଡା ଓ ଘୁ.ଉଦୟଗିରି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କନ୍ଧମାଳ ଲୋକସଭା ଆସନ ଓ ଫୁଲବାଣୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଫଳରେ ସ୍ବାଭାବିକ ଭାବେ ବିଳମ୍ବ ହେଉଛି ପ୍ରକ୍ରିୟା ଓ ଆଶାୟୀମାନେ ଆଶାଆଶଙ୍କାରେ ରହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.