ETV Bharat / state

କନ୍ଧମାଳରେ ତୃତୀୟ ଦିନରେ 11 ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

author img

By

Published : Jan 20, 2022, 8:10 AM IST

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ଦିନରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରୁ ଉପଜିଲ୍ଲାପାଳ ନିକଟରେ ନାମାଙ୍କନ ପତ୍ର ଦାଖଲ ହୋଇଛି । ଫୁଲବାଣୀ ନିର୍ବାଚନ ମଣ୍ଡଳୀର ୪ଟି ଜୋନରୁ ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅଧିକ ପଢନ୍ତୁ

kandhamal panchayat election nomination update
କନ୍ଧମାଳ ଜିଲ୍ଲାରେ ତୃତୀୟ ଦିନରେ 11 ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଫୁଲବାଣୀ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ଦିନରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରୁ ଉପଜିଲ୍ଲାପାଳ ନିକଟରେ ନାମାଙ୍କନ ପତ୍ର ଦାଖଲ ହୋଇଛି । ଫୁଲବାଣୀ ନିର୍ବାଚନ ମଣ୍ଡଳୀର ୪ଟି ଜୋନରୁ ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଖଜୁରିପଡା ୪ନମ୍ବର ଜୋନରୁ ଚନ୍ଦ୍ରା ବେହେରା, ୩ରୁ ସ୍ବପ୍ନାରାଣୀ ମଲ୍ଲିକ, ସେହିଭଳି ୧୨ ନମ୍ବର ଜୋନରୁ ଅଙ୍ଗଦ ଦିଗାଲ ଏବଂ 14ନମ୍ବର ଜୋନରୁ ଶିବାନୀ କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକ ବିଜେଡି ଓ ବିଜେପି ସରକାରଙ୍କ ଦୁର୍ନୀତି ଓ ମିଥ୍ୟା ପ୍ରତିଶୃତି ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ସହିତ ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧିରେ ସାଧାରଣ ଗରିବ ଲୋକ ପେଷି ହୋଇଗଲେଣି ବୋଲି କହିଛନ୍ତି । ଏହି ସବୁ ମୁଦ୍ଦାକୁ ଭୋଟରଙ୍କ ପାଖକୁ ନେଇ ଯିବୁ ବୋଲି କହିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ।

ସେହିପରି ବିଜେପିର 20 ଓ 21ରେ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ୭ଟି ଜୋନରୁ ବିଜେଡି ପ୍ରାର୍ଥୀ ବାଲିଗୁଡା ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର 5ଟି ଜିଲ୍ଲା ପରିଷଦ ଜୋନର ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ ଚାଲିଥିବା ବେଳେ ବାଲିଗୁଡାର 13ଟି ଜୋନ ଓ ଜି.ଉଦୟଗିରିର 7ଟି ଜୋନ ପାଇଁ ବାଲିଗୁଡା ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ ପ୍ରକିୟା ଜାରି ରହିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.