ଫୁଲବାଣୀ: ଠିକାଦାର ସଂଘ ପକ୍ଷରୁ ବିଭିନ୍ନ ଦାବି କରାଯାଇଥିଲେ ମଧ୍ୟ ସରକାର ତାହା ପୂରଣ କରିବାରେ ଅକ୍ଷମ ହୋଇଛନ୍ତି । ତେଣୁ ଜିଲ୍ଲା ଠିକାଦାର ସଂଘ ଶୁକ୍ରବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । 10 ଦଫା ଦାବି ପୂରଣ ପାଇଁ ଏପରି ଆନ୍ଦୋଳନ ଆରମ୍ଭ କରାଯାଇଥିବା କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି । ତେଣୁ ସଂଘ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛି । ଏପରି ହେଲେ ସରକାରଙ୍କ ସବୁ କାମ ଠପ ହୋଇଯିବ । ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ଦାସ କହିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ