ETV Bharat / state

କୋରୋନା କାୟା: କନ୍ଧମାଳରେ କଡାକଡି ହେଲା ଲକଡାଉନ କଟକଣା

author img

By

Published : Apr 14, 2020, 9:46 PM IST

କନ୍ଧମାଳ ଜିଲ୍ଲାରେ ଲକଡାଉନ ଆଇନକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଅଧିକ କଡାକଡି ଭାବେ ପାଳନ କରିବାକୁ ଗୁରୁତ୍ବ ଦେଇଛି ପ୍ରଶାସନ । ଅଧିକ ପଢନ୍ତୁ...

strictly-lockdown-rules-imposed in kandhamal
କନ୍ଧମାଳରେ ଲକଡାଉନ କଡାକଡି ଭାବରେ ଲାଗୁ କରାଗଲା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲକଡାଉନ ଆଇନକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାରକୁ ଅଧିକ କଡାକଡି ଭାବେ ପାଳନ କରିବାକୁ ଗୁରୁତ୍ବ ଦେଇଛି ପ୍ରଶାସନ ।

ଜିଲ୍ଲାରେ ଲକଡାଉନ କୋହଳ ସମୟରେ ଲୋକେ ଜିନିଷ କିଣାକିଣି କରିବା ବେଳେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ନିର୍ଦ୍ଦେଶ ରହିଛି । ଲୋକଙ୍କ ମଧ୍ୟରେ ଦୁଇ ମିଟର ଦୂରତା ରଖିବା ବ୍ୟବସ୍ଥାକୁ କଡାକଡି ପାଳନ କରାଯାଉଛି । ଫୁଲବାଣୀ ମାଦିକୁନ୍ଦ ଛକରେ ଥିବା ଏକ ଫଳ ଦୋକାନ ଏପରି ନିୟମ ଅମାନ୍ୟ କରିବାରୁ ସିଲ କରାଯାଇଛି । ସେହିପରି ମୁଖ୍ୟ ବଜାରରେ ଏକ ଦୋକାନ ସିଲ କରିଛି ପ୍ରଶାସନ । ଫୁଲବାଣୀ ସହିତ ବାଲିଗୁଡା, ଗଜୁ ଉଦୟଗିରି, ରାଇକିଆ, ଦାରିଙ୍ଗବାଡି ପ୍ରଭୃତି ସହରରେ ମଧ୍ୟ ନିୟମ କଡାକଡି କରାଯାଇଛି ।

କେବଳ ଏତିକି ନୁହେଁ ମାସ୍କ ପିନ୍ଧି ନଥିବା ଲୋକଙ୍କ ବିରୋଧରେ ଜୋରିମାନା ଆଦାୟ କରାଯାଉଛି । 50ରୁ ଅଧିକ ଲୋକଙ୍କ ଠାରୁ 200 ଟଙ୍କା ଜୋରିମାନା ଆଦାୟ କରିଛି ପ୍ରଶାସନ । ଆଗକୁ ଅଧିକ କଡାକଡି କରାଯିବ ବୋଲି ପ୍ରଶାସନ ସତର୍କ କରିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.