ETV Bharat / state

Phulbani Fast Track Court: ଏଣିକି ମିଛ ଅଭିଯୋଗ କଲେ ମିଳିବ ଦଣ୍ଡ - କନ୍ଧମାଳ ଗଣଦୁଷ୍କର୍ମ ମାମଲା

ଏଣିକି ମିଛ ମାମଲା ରୁଜୁ କଲେ ମିଳିବ କଠୋର ଦଣ୍ଡ । ଏକ ଦୁଷ୍କର୍ମ ମାମଲାର ଶୁଣାଣି ସମୟରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି କନ୍ଧମାଳ ଫାଷ୍ଟଟ୍ରାକ କୋର୍ଟ(Phulbani Fast Track Court) । ଅଧିକ ପଢନ୍ତୁ

Kndhamal Fast Track Court: ଏଣିକି ମିଛ ଅଭିଯୋଗ କଲେ ମିଳିବ ଦଣ୍ଡ

author img

By

Published : Dec 25, 2021, 8:37 AM IST

ଫୁଲବାଣୀ: ଏଣିକି ମିଛ ମାମଲା ରୁଜୁ କଲେ ମିଳିବ କଠୋର ଦଣ୍ଡ । ଏକ ଦୁଷ୍କର୍ମ ମାମଲାର ଶୁଣାଣି ସମୟରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି କନ୍ଧମାଳ ଫାଷ୍ଟଟ୍ରାକ କୋର୍ଟ(Phulbani Fast Track Court) ବା ଜିଲ୍ଲା ଦୌରା ଜଜ୍ ।

Kndhamal Fast Track Court: ଏଣିକି ମିଛ ଅଭିଯୋଗ କଲେ ମିଳିବ ଦଣ୍ଡ

କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟ ଏକ ଗଣଦୁଷ୍କର୍ମ ମାମଲା(Phulbani Gang Rape News)ର ଶୁଣାଣି ସମୟରେ ଏପରି ଦୃଷ୍ଟାନ୍ତମୂଳକ ରାୟ ପ୍ରକାଶ କରିଛନ୍ତି । ପୀଡିତା ପୂର୍ବରୁ ଏତଲା ଓ 164 ଆଧାରରେ ଦେଇଥିବା ବୟାନରୁ ଓହରି କୋର୍ଟଙ୍କ ସାମ୍ନାରେ ବୟାନ ବଦଳାଇ ଶେଷ ମୁହୂର୍ତ୍ତରେ ଦୁଷ୍କର୍ମ ହୋଇନଥିବା କହିବା ପରେ ରାଗିଯାଇ ଏପରି ରାୟ ଶୁଣାଇଛନ୍ତି ଅଦାଲତ । ଏଥିସହ ଅଭିଯୋଗକାରୀଙ୍କ ନାମରେ 193 ଧାରାରେ ମାମଲା ରୁଜୁ କରି କେସ୍ ରଫାଦଫା ନ ହେବା ପର୍ଯ୍ୟନ୍ତ ପୀଡିତାଙ୍କୁ ଯେଉଁ ଆର୍ଥିକ ସହାୟତା ମିଳିବା କଥା ତାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସାକ୍ଷ୍ୟ ପ୍ରମାଣ ନ ଥିବା ଦର୍ଶାଇ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ସୂଚନା ଅନୁଯାୟୀ, ଫୁଲବାଣୀ ସଦର ଥାନା ଅଞ୍ଚଳରେ ଗତ 16 ମେ, 2020 ରେ ଜଣେ ଯୁବତୀ ତାଙ୍କ ମାମୁଁ ଘରକୁ ଯାଇଥିଲେ । ସେଠାରେ ୩ ଜଣ ଝିଅ ସାଙ୍ଗଙ୍କ ସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ଭେଟିଥିଲେ । ଏହିସମୟରେ ୩ ଜଣ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏନେଇ ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟରେ ଗତକାଲି ଶୁଣାଣି ଚାଲିଥିଲା । ଶୁଣାଣି ବେଳେ ପୀଡିତା ମତ ବଦଳାଇ କେହି ତାଙ୍କୁ ଦୁଷ୍କର୍ମ କରିନଥିବା କହିଥିଲେ । ଫଳରେ ଏପରି ଐତିହାସିକ ରାୟ ଶୁଣାଇଛନ୍ତି ଅଦାଲତ ।

ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ସହ ଅଭିଯୋଗକାରୀ ଯୁବତୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.