ଫୁଲବାଣୀ: ରାଜ୍ୟରେ ଖୁବଶୀଘ୍ର ଖୋଲାଯିବ ଫାଷ୍ଟଟ୍ରାକ କୋର୍ଟ । ଏନେଇ କାମ ଆରମ୍ଭ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ । ମଙ୍ଗଳବାର ଫୁଲବାଣୀ ଗସ୍ତରେ ଥିବା ପ୍ରତାପ ଜେନା ଫାଷ୍ଟଟ୍ରାକ କୋର୍ଟକୁ ନେଇ ଏଭଳି ଉତ୍ତର ଦେଇଛନ୍ତି । ନିକଟରେ ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ରାଜ୍ୟରେ 40ଟି ଫାଷ୍ଟଟ୍ରାକ କୋର୍ଟ ଖୋଲାଯିବାର ଘୋଷଣା କରିଥିଲେ ରାଜ୍ୟ ସରକାର ।
ଅନ୍ୟପଟେ, ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିରୋଧୀ ତାଙ୍କୁ ଟାର୍ଗେଟ କରିଥିଲେ । ଦେଶର ବିଭିନ୍ନ ସ୍ଥାନରେ ଫାଷ୍ଟଟ୍ରାକରେ ବିଚାର କରାଯାଉ ଥିବାବେଳେ ଆଜି ଯାଏଁ ଓଡ଼ିଶାରେ ମହିଳାଙ୍କ ପାଇଁ ଏଭଳି କିଛି କୋର୍ଟର ଖୋଲା ଯାଇନାହିଁ । ମନ୍ତ୍ରୀମାନେ କେବଳ ବାହାସ୍ପୋଟ ମାରି ଖୋଲିବା କଥା କହୁଛନ୍ତି ବୋଲି ଅଭିଯୋଗ କରିବା ସହ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ