ଫୁଲବାଣୀ : କୁମ୍ବିଙ୍ଗ ଅପରେସନ ଚାଲିଥିବା ବେଳେ ଜଣେ ଏସ୍ଓଜି ଯବାନ ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି । ଆହତ ଯବାନ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରର ଶରତ ଚନ୍ଦ୍ର ବେହେରା । ସୂଚନା ଅନୁସାରେ ମାଓବାଦୀମାନେ ଏବେ ଶହୀଦ ସପ୍ତାହ ପାଳନ କରୁଥିବାରୁ ପୋଲିସ କମ୍ବିଙ୍ଗ ଅପରେସନକୁ ଜୋରଦାର କରିଛି । ଏହି କ୍ରମରେ ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ଏସଓଜି ଓ ଡିଭିଏଫ ପକ୍ଷରୁ କୁମ୍ବିଙ୍ଗ ଅପରେସନ ଜାରି ରହିଛି ।
ତେବେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ସୁରକ୍ଷା ବାହିନୀ ପକ୍ଷରୁ କୁମ୍ବିଙ୍ଗ ଅପରେସନ ଚାଲିଥିଲା ବେଳେ ଏକ ସାପ ଶରତଙ୍କ ବାମ ହାତକୁ କାମୁଡି ଦେଇଥିଲା । ଏଥିରେ ଶରତ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ବାଲିଗୁଡା ଡାକ୍ତରଖାନାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଯବାନଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନାରୁ ପ୍ରକାଶ ।
ଇଟିଭି ଭାରତ, କନ୍ଧମାଳ