ETV Bharat / state

ଶୋଇଥିବାବେଳେ ଦଂଶିଲା ସାପ: ଅଙ୍ଗନବାଡି କର୍ମୀଙ୍କ ସମେତ ପୁଅ ମୃତ

ରାଜ୍ୟରେ ସାପ ଆତଙ୍କ । କନ୍ଧମାଳ ଜିଲ୍ଲାର କ.ନୂଆଗାଁ ପଞ୍ଚାୟତର ଡ଼ପାର ଗାଁରେ ଦୁଃଖଦ ଘଟଣା । ସାପ କାମୁଡ଼ାରେ ମାଆ ସହ ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
author img

By

Published : Sep 24, 2019, 12:43 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସାପ କାମୁଡ଼ାରେ ମାଆ ସହ ପୁଅର ମୃତ୍ୟୁ । କ.ନୂଆଗାଁ ପଞ୍ଚାୟତର ଡ଼ପାର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ ମାଆ ରାଜଲକ୍ଷ୍ମୀ ପ୍ରଧାନ ଏବଂ ପୁଅ ଆଦିତ୍ୟ । ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ପରିବାର ଲୋକଙ୍କ କହିବା ଅନୁସାରେ, ରାତି ପ୍ରାୟ ଗୋଟାଏବେଳେ ତଳେ ଶୋଇଥିବାବେଳେ ଉଭୟଙ୍କୁ ସାପ ଦଂଶିଥିଲା । ଉଭୟଙ୍କୁ କ.ନୂଆଗାଁ ମେସିଚଳ ନିଆଯାଇଥିବାବେଳେ ପୁଅ ଆଦିତ୍ୟର ସେଠାରେ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ରାଜଲକ୍ଷ୍ମୀଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ରାଜଲକ୍ଷ୍ମୀ ପୂରୁଣା ନୂଆଁଗାଁରେ ଅଙ୍ଗନବାଡି କର୍ମୀ ଥିବାବେଳେ ପୁଅ ତୃତୀୟ ଶ୍ରେଣୀରେ ପଢୁଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ସାପକାମୁଡ଼ାରେ ମାଆ ପୁଅର ମୃତ୍ୟୁ । କ.ନୂଆଗାଁ ପଂଚାୟତର ଡ଼ପାର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମାଆ ରାଜଲଷ୍ମୀ ପ୍ରଧାନ ଏଵଂ ପୁଅ ଆଦିତ୍ୟର ମୃତ୍ୟୁ ହୋଇଛି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Body:ପରିବାରର କହିବା ଅନୁସାରେ ରାତି ପ୍ରାୟ ଗୋଟାଏ ବେଳେ ତଳେ ଶୋଇଥିବା ବେଳେ ଉଭୟଙ୍କୁ ମାରିଥିଲା ସାପ। ଉଭୟଙ୍କୁ କ.ନୂଆଗାଁ ମେସିଚଳ ନିଆଯାଇଟ୍ବିବ ବେଳେ ପୁଅ ଆଦିତ୍ୟର ସେଠାରେ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ମା ରାଜଲଷ୍ମୀଙ୍କୁ ଫୁଲବାଣୀ ଜିଲ୍ଲା ମେଡିକାଲରେ ଭର୍ତି କରାଯାଇଥିଲା। ଏଠାରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ।
ବାଇଟ(୧) ସମୀର ମଳିକ,ମୃତ ରାଜଲକ୍ଷମୀଙ୍କ ବାପା

Conclusion:ମୃତ ରାଜଳଷ୍ମୀପୁରୁଣା ନୁଆଁଗାଁରେ ଅଙ୍ଗନବାଡି କର୍ମୀ ଥିବା ବେଳେ ପୁଅ ତୃତୀୟ ଶ୍ରେଣୀରେ ପଢୁଥିଲେ। ଜିଲ୍ଲାରେ ବାରମ୍ବାର ସାପ କାମୁଡ଼ାରେ ବାରମ୍ବାର ଧନ ଜୀବନ ହାନି ହେଉଛି।
ଫୁଲବାଣୀରୁ ସଦାଶିବ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.