ETV Bharat / state

ଫୁଲବାଣୀରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ବସ ଶୁଭାରମ୍ଭ

author img

By

Published : Feb 27, 2020, 11:10 PM IST

ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ କନ୍ଧମାଳରେ ତୀର୍ଥଯାତ୍ରୀ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଡାଃ ବୃନ୍ଦା.ଡି । ଅଧିକ ପଢନ୍ତୁ...

kandhamal
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ବସ ଶୁଭାରମ୍ଭ

କନ୍ଧମାଳ: ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ତୀର୍ଥଯାତ୍ରୀ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଡାଃ ବୃନ୍ଦା.ଡି । ଫୁଲବାଣୀରୁ 57 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ମଦୁରାଇ, ରାମେଶ୍ବରମ ଅଭିମୁଖେ ବସ ବାହାରିଛି ।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ବସ ଶୁଭାରମ୍ଭ

ଏହି ତୀର୍ଥଯାତ୍ରାରେ ସମସ୍ତେ ଏକାଠି ହୋଇ ରହିବା ସହ ତୀର୍ଥ ଭ୍ରମଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ପ୍ରଥମେ ଏହି ସମସ୍ତ ତୀର୍ଥଯାତ୍ରୀ ବସରେ ଫୁଲବାଣୀରୁ ବ୍ରହ୍ମପୁର ଯିବା ପରେ ସେଠାରୁ ଟ୍ରେନ ଯୋଗେ ରାମେଶ୍ବରମ ଯିବେ ।

ଚଳିତଥର 75 ଜଣ ତୀର୍ଥଯାତ୍ରୀ କନ୍ଧମାଳରୁ ଯିବାକୁ ଥିବାବେଳେ 403 ଜଣ ଆବେଦନ କରିଥିଲେ। ଶେଷରେ ମେଡିକାଲ ପରୀକ୍ଷା ପରେ 65ଜଣଙ୍କୁ ଚୟନ କରାଯାଇଥିଲା ଏବଂ ଗୁରୁବାର 57 ଜଣଙ୍କୁ ଚୟନ କରାଯାଇଛି। ମାର୍ଚ୍ଚ 5 ତାରିଖରେ ଫେରିବେ ସମସ୍ତ ତୀର୍ଥଯାତ୍ରୀ ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଛନ୍ତି ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.