ETV Bharat / state

କନ୍ଧମାଳ ଜେଲରୁ କଏଦୀ ଫେରାର ଘଟଣା: ଜେଲ ଡିଆଇଜିଙ୍କ ତଦନ୍ତ - criminal

ଫୁଲବାଣୀ ସ୍ଥିତ ଜିଲ୍ଲା ଜେଲରୁ ବାହାରକୁ ସାମଗ୍ରୀ ବିକ୍ରିକରିବାକୁ ଆସିଥିବାବେଳେ  ୱାର୍ଡରଙ୍କ ବାଇକ୍ ନେଇ କଏଦୀ ଗୋପିନାଥ ନାୟକ ଚମ୍ପଟ ମାରିଥିବା ମାମଲାର ତଦନ୍ତ କରିବା ପାଇଁ ଆଜି ଜେଲ ଡିଆଇଜି ରଘୁନାଥ ମାଝି ଫୁଲବାଣୀ ପହଞ୍ଚି ତଦନ୍ତ କରିଛନ୍ତି  ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ
author img

By

Published : May 13, 2019, 8:57 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜେଲରୁ ବାହାରକୁ ସାମଗ୍ରୀ ବିକ୍ରି କରିବାକୁ ଆସିଥିବାବେଳେ ୱାର୍ଡରଙ୍କ ବାଇକ୍ ନେଇ କଏଦୀ ଗୋପିନାଥ ନାୟକ ଚମ୍ପଟ ମାରିବା ମାମଲାର ତଦନ୍ତ କରିବା ପାଇଁ ଆଜି ଜେଲ ଡିଆଇଜି ରଘୁନାଥ ମାଝି ଫୁଲବାଣୀ ପହଞ୍ଚି ତଦନ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

ଜେଲ ପରିସରରେ ପହଞ୍ଚିବା ପରେ ଡିଆଇଜି ଘଟଣା ଦିନ ଥିବା ସମସ୍ତ କର୍ମଚାରୀଙ୍କୁ ପୃଥକ ଭାବେ ପଚରା ଉଚୁରା କରିଥିଲେ । ଏହା ସହିତ ଜେଲ୍ କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ସେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି କହି କ୍ୟାମେରା ସାମ୍ନାରେ କିଛି କହିବାକୁ ରାଜି ହୋଇ ନ ଥିଲେ ।

ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଜେଲ୍ ଡିଜିଙ୍କ ନିର୍ଦ୍ଦେଶରେ ଦୁଇଜଣ ୱାର୍ଡରଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଛି । କେତେକ କର୍ମଚାରୀ ଦୋଷୀଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ ହେଉଛି । ଫେରାର୍ ହୋଇଯାଇଥିବା କଏଦୀ ଗୋପିନାଥ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କୋଡିଏ ବର୍ଷ ଜେଲ ଦଣ୍ଡ ଭୋଗୁଥିଲେ । ସପ୍ତାହେ ପରେ ମଧ୍ୟ ଫେରାର୍ କଏଦୀର ପତ୍ତା ମିଳି ନାହିଁ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

slug-jail dig enquiry on fleeing
format-avo
report-sadasiba patra
place-Phulabani(Kandhamal)
date-13.5.2019
କନ୍ଧମାଳ ଜିଲା ଫୁଲବାଣୀ ସ୍ଥିତ ଜିଲା ଜେଲ ପରିସରରୁ ୱାର୍ଡରଙ୍କ ବାଇକ୍ ନେଇ ଚମ୍ପଟ ମାରିଥିବା କଏଦୀ ଗୋପିନାଥ ନାୟକ ମାମଲାର ତଦନ୍ତ କରିବା ପାଇଁ ଆଜି ଜେଲ ଡିଆଇଜି ରଘୁନାଥ ମାଝି ଫୁଲବାଣୀ ପହଞ୍ଚି ତଦନ୍ତ କରିଛନ୍ତି  । ଜେଲ ପରିସରରେ ପହଞ୍ଚିବା ପରେ ଘଟଣା ଦିନ ଥିବା ସମସ୍ତ କର୍ମଚାରୀଙ୍କୁ ପୃଥକ ଭାବେ ପଚରା ଉଚୁରା କରିଥିଲେ  । ଏହା ସହିତ ଜେଲ୍ କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବି ବୋଲି କହିଥିବା ବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ଅମଙ୍ଗ ହୋଇଥିଲେ  ।ଏହି ମାମଲାରେ ପ୍ରାଥମିକ ତଦନ୍ତ ପରେ ଜେଲ୍ ଡିଜିଙ୍କ ନିର୍ଦେଶରେ ଦୁଇ ଜଣ ୱାର୍ଡରଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଛି । କେତେକ ଦୋଷୀ କର୍ମଚାରୀଙ୍କୁ ଘଣ୍ଟ ଘୋଡାଯାଉଥିବା ଅଭିଯୋଗ ହେଉଛି  । ଫେରାର୍ ହୋଇଯାଇଥିବା କଏଦୀ ଗୋପିନାଥ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ଥ ହୋଇ କୋଡିଏ ବର୍ଷ ଜେଲ ଦଣ୍ଡ ଭୋଗୁଥିଲେ  । ସପ୍ତାହେ ପରେ ମଧ୍ୟ ଫେରାର୍ କଏଦୀର ପତ୍ତା ମିଳି ନାହିଁ  ।
.........
ଫଇଡ୍ ଏଫଟିପିରେ ଯାଇଛି  । 

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.