ETV Bharat / state

ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ସହିଦଙ୍କ ପରିବାରକୁ 30 ଲକ୍ଷ ବୀମାରାଶି - Shaheed Chandrakanta Pradhan

ଗଲୱାନ ଘାଟିରେ ସହିଦ ହୋଇଥିବା ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପରିବାରକୁ 30 ଲକ୍ଷ ଟଙ୍କାର ଅନୁକମ୍ପା ବୀମାରାଶି ପ୍ରଦାନ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ।

SBI provides insurance money of Rs. 30lakh to Shaheed Chandrakanta Pradhan family
ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ସହିଦଙ୍କ ପରିବାରକୁ 30 ଲକ୍ଷ ବୀମାରାଶି
author img

By

Published : Jun 27, 2020, 3:05 AM IST

କନ୍ଧମାଳ: ଗଲୱାନ ଘାଟିରେ ସହିଦ ହୋଇଥିବା ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପରିବାରକୁ ସାହା ହୋଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଚନ୍ଦ୍ରକାନ୍ତଙ୍କ ଗାଁକୁ ଯାଇ 30 ଲକ୍ଷ ଟଙ୍କାର ଅନୁକମ୍ପା ବୀମାରାଶି ପ୍ରଦାନ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ।

ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ସହିଦଙ୍କ ପରିବାରକୁ 30 ଲକ୍ଷ ବୀମାରାଶି

ବ୍ୟାଙ୍କ ପକ୍ଷରୁ ଫୁଲବାଣୀ କ୍ଷେତ୍ରୀୟ ମହାପ୍ରବନ୍ଧକ ବିକ୍ରମ କେଶରୀ ମାନ୍ଧାତାଙ୍କ ନେତୃତ୍ବରେ ଏକ ଟିମ୍ ପହଞ୍ଚି ସହିଦ ପରିବାରଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଏଥିସହିତ ସେନାବାହିନୀ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ପାଇଁ ଥିବା ବୀମା ଯୋଜନା ମୁତାବକ 30 ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବିଅରପାଙ୍ଗା ଗାଁ ରେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଘର ।

ଭାରତ-ଚୀନ ସୀମା ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସେନାଙ୍କ ସହ ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସମେତ, 20 ଜଣ ଯବାନ ସହିଦ ହୋଇଥିଲେ । 20 ଜଣ ବୀର ଯବାନଙ୍କ ମଧ୍ୟରେ ଦୁଇ ଓଡିଆ ପୁଅ ମଧ୍ୟ ସହିଦ ହୋଇଥିଲେ

ଜାତୀୟ ସ୍ତରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ ସଦିଦ ଯବାନଙ୍କ ପାଇଁ ବୀମା ବ୍ୟବସ୍ଥା ରହିଛି । ପୁଲୱାମା ସହିଦ ମାନଙ୍କୁ ମଧ୍ୟ ଏହି ରାଶି ପ୍ରଦାନ କରାଯାଇଥିଲା । ସହିଦଙ୍କ ମାଆ ପରିବାର ତରଫରୁ ବ୍ୟାଙ୍କ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.