ETV Bharat / state

କନ୍ଧମାଳର ପ୍ରସିଦ୍ଧ ରାବଣ ପୋଡି ଉତ୍ସବ ଉଦଯାପିତ - Ravan Podi

ଉଦଯାପିତ ହୋଇଯାଇଛି ଫୁଲବାଣୀର ପ୍ରସିଦ୍ଧ ରାବଣ ପୋଡି । କରୋନେସନ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଥିଲା। ଏହି ରାବଣ ପୋଡି ଉତ୍ସବରେ 10 ହଜାରରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ପୌରାଣିକ ମେଳାର ଆନନ୍ଦ ନେଇଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ
author img

By

Published : May 6, 2019, 12:39 PM IST

କନ୍ଧମାଳ: ଉଦଯାପିତ ହୋଇଯାଇଛି ଫୁଲବାଣୀର ପ୍ରସିଦ୍ଧ ରାବଣ ପୋଡି । କରୋନେସନ ପଡ଼ିଆରେ ଏହି ମେଳାର ଆୟୋଜନ କରାଯାଇଥିଲା। ଏହି ରାବଣ ପୋଡି ଉତ୍ସବରେ 10 ହଜାରରୁ ଅଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ପୌରାଣିକ ମେଳାର ଆନନ୍ଦ ନେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ବଜାର ଶ୍ରୀରାମ ମନ୍ଦିରରୁ ଏକ ବିଶାଳ ପଟୁଆରରେ ଶ୍ରୀରାମ,ସୀତା ଓ ବାନର ସେନା ଆସିଥିଲେ । ଏହାସହ ବିଭିନ୍ନ ପାରମ୍ପରିକ ନୃତ୍ୟ ଗୀତ ଓ ବାଦ୍ୟରେ କମ୍ପି ଉଠିଥିଲା କରୋନେସନ ପଡିଆ । ତେବେ ପୂଜାର୍ଚ୍ଚନା ପରେ ଅଗ୍ନି ସଂଯୋଗ ପୂର୍ବକ ଅସ୍ତ୍ର ପ୍ରୟୋଗ କରିବା ପରେ ରାବଣର ବିରାଟ ମୂର୍ତ୍ତୀରେ ନିଆଁ ଲାଗିଥିଲା। ପରେ ପରେ ଆକର୍ଷଣୀୟ ଆତସବାଜି ଓ ବାଦ୍ୟ ତାଳେ ତାଳେ ଭଷାଣି ଆୟୋଜନ କରାଯାଇଥିଲା। ଶାନ୍ତିଶୃଙ୍ଖଳାକୁ ଆଖି ଆଗରେ ରଖି ଟାଉନ ପୋଲିସ ତରଫରୁ ଗୋଟିଏ ପ୍ଲାଟୁନ ଫୋର୍ସ ମେଳା ଓ ଶୋଭାଯାତ୍ରାରେ ମୁତୟନ କରାଯାଇଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ସ୍ଲଗ : ଅ°ଳାକୁଦା ଗ୍ରାମରେ ହୋଇଛି ବ୍ୟାପକ କ୍ଷୟକ୍ଷତି, ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ଦାବୀ କଲେ ଅଞ୍ଚଳବାସୀ..
ରିପୋର୍ଟର: ସମୀର ଆଚାର୍ଯ୍ୟ,
ଫମାର୍ଟ  : ଏଭିଓ+walk through,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    :-୦୬-୦୫-୧୯. :(ଭିଜୁଆଲ MAJO ରେ ଯାଇଛି.)
 (ଆଙ୍କର):- ଧ୍ବଂସର ତାଣ୍ଡବ ଖେଳାଇ ଦେଇଛି ବାତ୍ୟା ଫୋନି।  ବାତ୍ୟା ଛାଡି ଯିବା ପରେ ସବୁଠି କ୍ଷୟକ୍ଷତି ଦେଖିବାକୁ ମିଳିଛି ।  ଏହାର ପ୍ରଭାବରେ ପୁରୀ ଜିଲ୍ଲାରେ ଅନେକ କିଛି କ୍ଷୟକ୍ଷତି ହୋଇଛି ।ଅଳାକୁଦା ଗ୍ରାମରେ  ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି । ଚଳିତ ଥରର  ବାତ୍ୟାର କ୍ଷୟକ୍ଷତି ପରେ ଚିଲିକାକୂଳରେ ରହିଥିବା ଏହି କ୍ଷତିଗ୍ରସ୍ତ ଗ୍ରାମବାସୀ ଏକ ଆଶ୍ରୟସ୍ଥଳୀ ପାଇଁ ଦାବୀ କରିଛନ୍ତି  ।ଏପରିକି ଚିଲିକା କୂଳରେ  ବାତ୍ୟା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ ଘଟିଥିବା କହିଛନ୍ତି   । ଚିଲିକା ରେ ଡଙ୍ଗା ବାନ୍ଧୁଥିବା ସମୟରେ   ଡଙ୍ଗାରେ ପିଟି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ମୃତକ  ବୁଧିବର ପଞ୍ଚାୟତର  ଗୋଲକ  ପ୍ରଧାନ ବୋଲି କୁହାଯାଇଛି । କିଭଳି ରହିଥିଲା ଫନି ବାତ୍ୟା ର ପ୍ରଭାବ କଣ ରହିଛି କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କ ଦୁଖ ସେ ନେଇ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ  ଆମ ସମ୍ବାଦଦାତା ।
walk through

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.