ETV Bharat / state

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ, ଦୋଷୀକୁ ୨୫ବର୍ଷ ଜେଲ - କନ୍ଧମାଳ ଖବର

ଅଭିଯୁକ୍ତ ଜଣକ ହେଲେ ସଦର ଥାନା ଅଞ୍ଚଳର ବାବୁଲି କୁଦେଇ । ଘଟଣା ଅନୁସାରେ ୨୦୧୯ ମାର୍ଚ୍ଚ ୪ ତାରିଖ ଦିନ ଘର ପାଖରେ ଥିବା ଏକ ମନ୍ଦିର ନିକଟରେ ପୀଡିତା ନାବାଳିକା ଜଣକ ଖେଳୁଥିବା ସମୟରେ ଅଭିଯୁକ୍ତ ବାବୁଲି ତାକୁ ଡ଼ାକିନେଇ ଗୋଟିଏ ପୋଲ ତଳେ ଦୁଷ୍କର୍ମ କରିଥିଲା । ଏବିଷୟରେ ଘରେ ନ କହିଲେ ଚକେଲଟ ଏବଂ ପଇସା ଦେବ କହି ରାସ୍ତା ଉପରେ ଛାଡ଼ି ଚାଲିଯାଇ ଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 24, 2023, 10:44 PM IST

ଫୁଲବାଣୀ: ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର । ଅଭିଯୁକ୍ତକୁ ୨୫ ବର୍ଷ ଜେଲ । ଗତ ୨୦୧୯ ମସିହାରେ ଘଟିଥିବା ଏକ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପକ୍ସୋ ଅଦାଲତର ବିଚାରପତି ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ଅଭିଯୁକ୍ତ ଜଣକ ହେଲେ ସଦର ଥାନା ଅଞ୍ଚଳର ବାବୁଲି କୁଦେଇ । ଘଟଣା ଅନୁସାରେ ୨୦୧୯ ମାର୍ଚ୍ଚ ୪ ତାରିଖ ଦିନ ଘର ପାଖରେ ଥିବା ଏକ ମନ୍ଦିର ନିକଟରେ ପୀଡିତା ନାବାଳିକା ଜଣକ ଖେଳୁଥିବା ସମୟରେ ଅଭିଯୁକ୍ତ ବାବୁଲି ତାକୁ ଡ଼ାକିନେଇ ଗୋଟିଏ ପୋଲ ତଳେ ଦୁଷ୍କର୍ମ କରିଥିଲା । ଏବିଷୟରେ ଘରେ ନ କହିଲେ ଚକେଲଟ ଏବଂ ପଇସା ଦେବ କହି ରାସ୍ତା ଉପରେ ଛାଡ଼ି ଚାଲିଯାଇ ଥିଲା । ଝିଅଟିକୁ ସେଠାରେ କାନ୍ଦୁଥିବା ଅବସ୍ତାରେ ଦେଖି ଜଣେ ଗ୍ରାମବାସୀ ତାକୁ ନିଜ ଘରକୁ ନେଇ ଯାଇଥିଲେ । ପରେ ପୀଡିତା ନିଜ ମା ଆଗରେ ଘଟଣା ପ୍ରକାଶ କରିଥିଲା । ପରଦିନ ପୀଡିତାଙ୍କ ପରିବାର ଲୋକେ ସଦର ଥାନାରେ ଏନେଇ ଏତାଲା ଦେଇଥିଲେ ।

ସଦର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାବୁଲି କୁଦେଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲାର ବିଚାର କରି ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସଂଜୀବ କୁମାର ବେହେରା ୨୦ ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ମାଇନା ରିପୋର୍ଟକୁ ଆଧାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.