ETV Bharat / state

୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲା, ଦୋଷୀକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ - ଦୁଷ୍କର୍ମ ଦୋଷୀକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ

୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲା । ଦୋଷୀକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ । ଫୁଲବାଣୀ ପକ୍ସୋ କୋର୍ଟ ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଶୁକ୍ରବାର ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

୫ ବର୍ଷର ଝିଅକୁ ବଳାତ୍କାର ମାମଲା, ଦୋଷୀକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Oct 21, 2022, 9:41 PM IST

Updated : Oct 21, 2022, 9:49 PM IST

ଫୁଲବାଣୀ: ଦୁଷ୍କର୍ମକାରୀକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ । ୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲା । ଦୋଷୀକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ । ଫୁଲବାଣୀ ପକ୍ସୋ କୋର୍ଟ ସ୍ୱତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଶୁକ୍ରବାର ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଦୋଷୀକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ

ଏଥିସହ ଦୋଷୀକୁ ୨୮ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ଦେଢ଼ ବର୍ଷ ଜେଲ ଦଣ୍ଡାଦେଶ ରାୟରେ ଉଲ୍ଲେଖ କରିଛନ୍ତି । ସେହିପରି ସରକାରଙ୍କ ନିୟମ ଅନୁସାରେ ପିଡୀତାଙ୍କୁ କ୍ଷତିପୁରଣ ବାବଦରେ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଦୋଷୀ ଜଣକ ହେଲେ ଦାରିଙ୍ଗିବାଡି ଥାନା ଅଞ୍ଚଳର ନିହେଶ୍ୱର ପ୍ରଧାନ । ୨୦୨୦ ମସିହା ଅକ୍ଟୋବର ୯ରେ ଏହି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ପିଡୀତାଙ୍କ ମା’ ୧୨ ତାରିଖରେ ଥାନାରେ ଏତଲା ଦେଇଥିଲେ । ପୋଲିସ ୧୨୪/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତ ନିହେଶ୍ୱରଙ୍କୁ ଗିରଫ କରିଥିଲା ।

ଏହି ଘଟଣାରେ ବିଚାରପତି ମୋଟ ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ମେଡ଼ିକାଲ ରିପୋର୍ଟ ଏବଂ ଅନ୍ୟାନ ତଥ୍ୟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କନ୍ଧମାଳ

Last Updated : Oct 21, 2022, 9:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.