ETV Bharat / state

ନାବାଳକ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

author img

By

Published : Oct 15, 2022, 8:45 AM IST

୨୦୧୭ ମସିହାର ଏକ ନାବାଳକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କଲେ ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ । ଅଧିକ ପଢନ୍ତୁ

ନାବାଳକ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍
ନାବାଳକ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

ଫୁଲବାଣୀ: ୨୦୧୭ ମସିହାରେ ହୋଇଥିବା ଏକ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ଶୁକ୍ରବାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟରେ ଶୁଣାଣି ହୋଇଛି । ମାମଲାର ବିଚାର କରି ବିଚାରପତି ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି(Rape accused sentenced to 10 years in jail) । ଏଥିସହ ଅଭିଯୁକ୍ତକୁ ୧ ଲକ୍ଷ ୭୫,୦୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଅଦାଲତ । ଜରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ଆଉ ୨ ବର୍ଷ ୩ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହି ଅଭିଯୁକ୍ତ ଜଣକ ହେଲେ ଖଜୁରୀପଡା ଥାନା ଅଞ୍ଚଳର ଜଗତ କିଶୋର ସେଠୀ(୨୦) ।

ସୂଚନା ଅନୁସାରେ, ୨୦୧୭ ଅକ୍ଟୋବର ୨୫ ତାରିଖରେ ଏହି ପାଶବିକ କାଣ୍ଡ ଘଟିଥିଲା । ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ୧୨ ବର୍ଷର ନାବାଳକ ଅପରାହ୍ନରେ ପଡିଆକୁ ଖେଳିବାକୁ ଯାଇଥିଲେ । ଅଭିଯୁକ୍ତ ଜଗତ ପିଲାଟିକୁ ସାଇକେଲ ଆଣିବା ବା‌ହାନାରେ ପାଖ ଜଙ୍ଗଲକୁ ଡାକି ନେଇଥିଲା । ସେଠାରେ ତାଙ୍କୁ ଛୁରୀ ଦେଖାଇ ଧମକ ଦେବା ପରେ ତା' ସହ ଦୁଷ୍କର୍ମ କରିଥିଲା । ଏକଥା କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା ।

ଏହାମଧ୍ୟ ପଢନ୍ତୁ: କନ୍ଧମାଳରେ ପୁଣି ଲଜ୍ଜା, ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଏହାର ପରଦିନ ଏନେଇ ପୀଡିତଙ୍କ ପକ୍ଷରୁ ଖଜୁରୀପଡ଼ା ଥାନାରେ ଏତଲା ଦିଆଯାଇଥିଲା । ପୋଲିସ କେଶ୍ ନମ୍ବର ୯୪/୧୭ ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଗତକାଲି(ଶୁକ୍ରବାର) ଏହି ମାମଲାର ବିଚାର କରି ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ୍ ଏବଂ ପୀଡିତର ବୟାନକୁ ଭିତ୍ତିକରି ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ବନମାଳୀ ବେହେରା ଏହି ମାମଲା ପରିଚାଳନା କରୁଥିଲେ।

ଏହାମଧ୍ୟ ପଢନ୍ତୁ: ନର୍ଲା ଡାକ୍ତରଖାନାରେ ନବଜାତକୁ ନେଇ ଚର୍ଚ୍ଚା, ଶାରୀରିକ ଗଠନ ଅସାଧାରଣ

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.