ETV Bharat / state

ପହିଲେ ରଜରେ ଜମୁଛି ପାନର ପସରା

author img

By

Published : Jun 14, 2022, 8:16 PM IST

ପୁର-ପଲ୍ଲୀରେ ଆଜି ପାଳନ ହୋଇଛି ପହିଲି ରଜ । କନ୍ଧମାଳରେ ଜମୁଛି ରଜ ପାନର ପସରା । ଅଧିକ ପଢନ୍ତୁ

ପହିଲେ ରଜରେ ଜମୁଛି ପାନର ପସରା
ପହିଲେ ରଜରେ ଜମୁଛି ପାନର ପସରା

ଫୁଲବାଣୀ: ପୁର-ପଲ୍ଲୀରେ ଆଜି ପାଳନ ହୋଇଛି ପହିଲି ରଜ । ପହିଲି ରଜରେ ଦୋଳି ଖେଳିବା ସହ ପାନ ଖାଇବା ଏକ ନିଆରା ମଜା । ରଜ ପର୍ବର ଅନ୍ୟତମ ଆକର୍ଷଣ ରଜ ମିଠା ପାନ । ସମସ୍ତଙ୍କ ପସନ୍ଦ ଏହି ରଜପାନ ପସରା ଆଜି ଫୁଲବାଣୀରେ ଖୋଲିଛି । ସ୍ଥାନୀୟ କୋର୍ଟ ଛକଠାରେ ଗୋଟିଏ ପରେ ଗୋଟିଏ ରଜପାନ ଷ୍ଟଲ ଖୋଲୁଛି ।

ଲୋକେ ମଧ୍ୟ ରଜପାନ ଖାଇବାକୁ ସେଠାରେ ଭିଡ଼ ଜମାଇଛନ୍ତି । ବଙ୍ଗାଳୀ ପାନ ପତ୍ର ଠାରୁ ମିଠା ପାନ ପତ୍ରରେ ମିଠା ରଜ ପାନର ସ୍ବାଦ ନିଆରା । ୩୦ରୁ ୫୦ ପ୍ରକାର ମିଠା ମସଲା ଓ ନାନା ବାସ୍ନା ଅତର ଦେଇ ସ୍ବତନ୍ତ୍ର ବନ୍ଧେଇ ହେ।ଇ ପାର୍ସଲ ମଧ୍ୟ ହେଉଛି । ପ୍ୟାକରେ ପ୍ରସ୍ତୁତ ପାନର ଦାମ୍ ମଧ୍ୟ ଭିନ୍ନ ରହିଛି । ସର୍ବନିମ୍ନ ଦଶ ଟଙ୍କାରୁ ଆରମ୍ଭ କରି ପଚାଶ ଟଙ୍କିଆ ପାନ ବିକ୍ରି ହେଉଛି । ତେବେ ସ୍ଵତନ୍ତ୍ର ରଜ ପାନ ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.