ETV Bharat / state

Road Accident: ଚକା ଫାଟି ବସ୍‌ ଦୁର୍ଘଟଣାଗ୍ରସ୍ତ, ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ଜଣେ ମୃତ - କନ୍ଧମାଳରେ ସଡକ ଦୁର୍ଘଟଣା

କନ୍ଧମାଳ ଜିଲ୍ଲା କୋଟଗଡ଼ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Road Accident
Road Accident
author img

By

Published : Feb 15, 2023, 7:25 AM IST

Road Accident: ଚକା ଫାଟି ବସ ଦୁର୍ଘଟଣାଗ୍ରସ୍ତ, ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ଜଣେ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଟଗଡ଼ ଥାନା ପଣ୍ଡାରିପି ନିକଟରେ ଏହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏହାସହିତ ପ୍ରାୟ ଅନେକ ଆହତ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । ଚକା ଫାଟିଯିବାରୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ମୁନିଗୁଡ଼ାଠାରୁ ଫୁଲବାଣୀ ଅଭିମୁଖେ ଆସୁଥିବା ବେଳେ ସାଲୁଙ୍କି ନାମକ ଘରୋଇ ବସ ପଣ୍ଡାରିପି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଥିବା ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତ ଆହତମାନଙ୍କୁ ପ୍ରଥମେ କୋଟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସେଠାରୁ ୨୯ ଜଣ ଆହତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ବି ପଢନ୍ତୁ- ଘରୋଇ ସ୍କୁଲରେ ବିସ୍ଫୋରଣ, ୩ ଛାତ୍ର ଗୁରୁତର

ସେଥି ମଧ୍ୟରୁ ଅତି ଗୁରୁତର ଆହତଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । କୋଟଗଡ ବସ ଦୁର୍ଘଟଣାରେ ୪ ଜଣ ଗୁରୁତରଙ୍କୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କୋଟଗଡ ବ୍ଲକ ଜୁଡାବାଲି ପଞ୍ଚାୟତର ରାହୁଲ ପାଟମାଝୀ(୧୬) । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ହେଲେ ବସର ଡ୍ରାଇଭର ଶାନ୍ତନୁ ବେହେରା, କଣ୍ଡକ୍ଟର ବିଜୟ ପଟ୍ଟନାୟକ ଓ ଯାତ୍ରୀ ମାଦାଗୁଡା ଗ୍ରାମର ସୁମିତ୍ରା ଦଳାଇ(୧୮) ।

ସୂଚନା ଥାଉ କି ଘରୋଇ ଯାତ୍ରୀବାହୀ ବସ୍‌ ସାଲୁଙ୍କି ମଙ୍ଗଳବାର ରାୟଗଡା ଜିଲ୍ଲା ମୁନିଗୁଡାଠାରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଫୁଲବାଣୀ ଅଭିମୁଖେ ବାହାରିଥିଲା । କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ଗାଁ ନିକଟରେ ବସର ଆଗପଟର ବାମପଟ ଚକ ଫାଟି ଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗୁରୁତରଙ୍କ ମଧ୍ୟରେ ଡ୍ରାଇଭର, କଣ୍ଡକ୍ଟର, ହେଲପର ସମେତ ଶିଶୁ, ପ୍ରସୂତି ଓ ବୟସ୍କ ଥିବା ଜଣାପଡ଼ିଛି । ତେବେ ୨୨ ବର୍ଷ ହେବ କନ୍ଧମାଳ ଜିଲ୍ଲାର ରାସ୍ତାରେ ବସଟି ଗଡୁଥିବା ବେଳେ ଏତେ ପୁରୁଣା ବସ୍‌କୁ କିଭଳି ଫିଟନେସ୍‌ ଦିଆଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.