ETV Bharat / state

କୋରୋନାରେ ଟିକାବାଲି ଥାନା ଏଏସଆଇଙ୍କ ମୃତ୍ୟୁ

author img

By

Published : Sep 14, 2020, 7:27 PM IST

କନ୍ଧମାଳ ଜିଲ୍ଲା ଟିକାବାଲି ଥାନାର ଏଏସଆଇ ସୁବାସ ଚନ୍ଦ୍ର ସାହୁ କୋରାେନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନାରେ ପୋଲିସ ଅଧିକାରୀ ମୃତ
କୋରୋନାରେ ପୋଲିସ ଅଧିକାରୀ ମୃତ

ଫୁଲବାଣୀ: କୋରୋନାରେ ହାରିଗଲେ ପୋଲିସ ଅଧିକାରୀ । କନ୍ଧମାଳ ଜିଲ୍ଲା ଟିକାବାଲି ଥାନାର ଏଏସଆଇ ସୁବାସ ଚନ୍ଦ୍ର ସାହୁ କୋରାେନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ରିଜର୍ଭ ପଡ଼ିଆରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଛି ।

ସୁବାସ ଚନ୍ଦ୍ର ସାହୁ କୋରୋନାରେ ଆକ୍ରାନ୍ତ ହୋଇ ଗତ 10 ଦିନ ଧରି ଚିକିତ୍ସିତ ହେଉଥିଲେ । ପ୍ରଥମେ ଫୁଲବାଣୀ କୋଭିଡ ହସ୍ପିଟାଲ୍ ଏବଂ ପରେ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲ୍ ଚିକିତ୍ସିତ ହେଉଥିବାବେଳେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

କୋରୋନାରେ ପୋଲିସ ଅଧିକାରୀ ମୃତ

ତାଙ୍କୁ ସୋମବାର ଫୁଲବାଣୀ ଅଣାଯିବା ସହିତ ରିଜର୍ଭ ପୋଲିସ ପଡ଼ିଆରେ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଛି । ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଶେଷ ସମ୍ମାନ ଜଣାଇଥିଲେ । 1984ରେ ସେ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ଆଜି ସୁଦ୍ଧା ଜିଲ୍ଲାରେ କୋରୋନାରେ ଦୁଇ ଜଣ ପୋଲିସଙ୍କ ମୃତ୍ୟୁ ହେଲାଣି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.