କନ୍ଧମାଳ: ମୁଁ କୋରୋନା, ମୁଁ କାହାକୁ ଛାଡେନା । ଏହି ବାର୍ତ୍ତା ନେଇ ଫୁଲବାଣୀର କିଛି ସ୍ବେଚ୍ଛାସେବୀ ଲୋକଙ୍କୁ ସଚେତନ କରୁଛନ୍ତି । ଏମାନେ କୋରୋନା ଭୂତ ବେଶ ଧରି ସହର ବୁଲି ଲୋକଙ୍କୁ ଏହି ଭୂତାଣୁ ପ୍ରକୋପକୁ ନେଇ ସଚେତନ କରୁଛନ୍ତି । ପୋଲିସ ମଧ୍ୟ ଏହି ସ୍ବେଚ୍ଛାସେବୀଙ୍କ ସହାୟତା ନେଇଛି । ତଥାପି କିଛି ଅମାନିଆ ଅଛନ୍ତି, ଯାହାକୁ ଧରି ପୋଲିସ ବିଭିନ୍ନ ଉପାୟରେ ବୁଝାଉଛି ।

ପ୍ରକାଶ ଥାଉ କି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି 17 ଜଣ ସୁସ୍ଥ ହୋଇଛନ୍ତି । ସେପଟେ କୋରୋନାର ଊୟାବବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉଇନ ଅବଧିକୁ ଏପ୍ରିଲ 30କୁ ବୃଦ୍ଧି କରିଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ