ଫୁଲବାଣୀ: କନ୍ଧମାଳ ସହରରେ କୋରୋନା ସଂକ୍ରମଣ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ସହରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । କିନ୍ତୁ ଏହି ନିୟମକୁ ମାନୁ ନାହାଁନ୍ତି ସହରବାସୀ । ଡାକପଲା ଦାମିଗାଁ ନିକଟରେ ବ୍ୟାରିକେଡ କରାଯାଇ ନାହିଁ । ଫଳରେ ଲୋକମାନେ ଅବାଧରେ ପ୍ରବେଶ କରୁଛନ୍ତି ।
ସେହିପରି କୋରୋନା ପଜେଟିଭ ଚିହ୍ନଟ ହୋଇଥିବା କବରଖାନା ସାହିକୁ ମଧ୍ୟ ଲୋକେ ଅବାଧରେ ଯିବାଆସିବା କରୁଛନ୍ତି। ସହରର 5ଟି ପ୍ରବେଶ ପଥକୁ ବନ୍ଦ କରି ପୋଲିସ ପଇଁତରା ମାରିବା କଥା ହେଲେ, ସେ ସମସ୍ତ ପ୍ରବେଶ ପଥ ମୁକୁଳା ପଡିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ