ETV Bharat / state

କନ୍ଧମାଳରେ ମନ୍ଦିର ପରିସରରେ 144 ଧାରା ଜାରି କରି ନୀତିକାନ୍ତି ପାଳନ

author img

By

Published : Jun 23, 2020, 3:45 PM IST

ମହାମାରୀ କୋରୋନା କଟକଣା ଯୋଗୁଁ କନ୍ଧମାଳ ଜିଲ୍ଲାରେ ମନ୍ଦିର ପରିସର ଖାଁ ଖାଁ ଲାଗୁଛି । ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ପରିସର ଓ ନିକଟସ୍ଥ ଅଞ୍ଚଳରେ 144 ଧାରା ଜାରି କରି କେବଳ ନୀତିକାନ୍ତି ପାଳନ କରାଯାଇଛି। ଅଧିକ ପଢନ୍ତୁ...

phulbani-gundicha-jatra-in-144
କନ୍ଧମାଳ ଜିଲ୍ଲାରେ ମନ୍ଦିର ପରିସରରେ 144 ଧାରା ଜାରି କରି ନୀତିକାନ୍ତି ପାଳନ

ଫୁଲବାଣୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ମହାମାରୀ କୋରୋନା କଟକଣା ଯୋଗୁଁ କନ୍ଧମାଳ ଜିଲ୍ଲାରେ ମନ୍ଦିର ପରିସର ଖାଁ ଖାଁ ଲାଗୁଛି । ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ପରିସର ଓ ନିକଟସ୍ଥ ଅଞ୍ଚଳରେ 144 ଧାରା ଜାରି କରାଯାଇଛି। ଆଜି ଠାରୁ ଆସନ୍ତା ଜୁଲାଇ 3 ତାରିଖ ପର୍ଯ୍ୟନ୍ତ ଲାଗିଛି 144 ଧାରା ।

କନ୍ଧମାଳ ଜିଲ୍ଲାର ଜଗନ୍ନାଥ ମନ୍ଦିର ପରିସର 144 ଧାରା ଜାରି କରି ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି । କେବଳ ନୀତିକାନ୍ତି ପାଳନ କରାଯାଉଛି କିନ୍ତୁ ରଥ ଟଣା ହେଉ ନାହିଁ । ଫଳରେ ଜିଲ୍ଲାରେ ଶ୍ରୀଗୁଣ୍ଡିଚା ଯାତ୍ରା ହୋଇପାରିନାହିଁ । ଫୁଲବାଣୀ ସହିତ କନ୍ଧମାଳ ଜିଲ୍ଲାର ବାଲିଗୁଡା,ଘୁ ଉଦୟଗିରି,ଫିରିଙ୍ଗିଆ,ରାଇକିଆ,କୋଟଗଡ,ଖଜୁରିପଡା,ଗୋଛାପଡା, ପ୍ରଭୃତି ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ 144 ଧାରା ଜାରି କରିଛି । କେବଳ ମନ୍ଦିର ମଧ୍ୟରେ ହେଉଛି ନୀତିକାନ୍ତି ପାଳନ କରାଯାଉଛି ।

ଜିଲ୍ଲାର ସମସ୍ତ ମନ୍ଦିରରେ ବ୍ୟାରିକେଡ କରାଯିବା ସହିତ ପୋଲିସ ଲଗାତାର ପଇଁତରା ମାରୁଛି । ଜିଲ୍ଲାରେ ମହାମାରୀ କୋରୋନା କଟକଣା ଓ ସୁପ୍ରିମକୋର୍ଟଙ୍କ ସମ୍ଫୂର୍ଣ୍ଣ ଗାଇଡଲାଇନକୁ ପାଳନ କରାଯାଉଛି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.