ETV Bharat / state

ଗୋଛାପଡା ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ଫୁଲବାଣୀ ବିଧାୟକ

author img

By ETV Bharat Odisha Team

Published : Aug 26, 2023, 7:51 AM IST

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବନ୍ଦୁଲି ସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ସହ ମିଶନ ଶକ୍ତିର ଖଲି ଗୋଦାମ, ପଞ୍ଚାୟତ ଭବନ ଓ ପିଡ଼ିଏସ ଗୋଦାମକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

Phulbali MLA Angada Kanhar
Phulbali MLA Angada Kanhar
Phulbali MLA Angada Kanhar

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତରେ ଥିବା ବନ୍ଦୁଲି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହକୁ ଉଦ୍‌ଘାଟନ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ଦୀର୍ଘ ଦିନରୁ ଅବହେଳିତ ହୋଇ ରହିଥିଲା ଏହି ବିଦ୍ୟାଳୟ । ଏଠାରେ ଶ୍ରେଣୀ ଗୃହ ନଥିବାରୁ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଥିଲା । ଏହାକୁ ଦୃଷ୍ଟିରେ ରଖି ନୂତନ ଅତିରକ୍ତ ୨ଟି ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିବା ବେଳେ ଗତକାଲି ତାର ଉଦଘାଟନ କରାଯାଇଛି l ଏହାସହିତ ସ୍ଥାନୀୟ ଅଞ୍ଚଳରେ ଆଉ କିଛି ନବନିର୍ମିତ ପ୍ରକଳ୍ପର ମଧ୍ୟ ଉଦଘାଟନ କରିଛନ୍ତି ବିଧାୟକ ।

ତେବେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସଭାପତି ମକରନ୍ଦ କହଁର ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ଅନ୍ତର୍ଗତ ଗ୍ରାମର ଶତାଧିକ ଅଞ୍ଚଳବାସୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ l ସେହିପରି ଅନ୍ୟପଟେ ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତ ମୁଖ୍ୟାଳୟ ଠାରେ ନୂତନ ଭାବରେ ନିର୍ମାଣ କରାଯାଇଥିବା ମିଶନ ଶକ୍ତିର ଖଲି ଗୋଦାମ, ପଞ୍ଚାୟତ ଭବନ ଓ ପିଡ଼ିଏସ ଗୋଦାମକୁ ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପକାରୀ ପଞ୍ଚାୟତର ସରପଞ୍ଚ ଦିନିକି କହଁର, ସମିତିସଭ୍ୟ ଅରୁଣ ଦିଗାଲଙ୍କ ସହ ଅଞ୍ଚଳର ବହୁ ମାନଗଣ୍ୟ ବ୍ୟକ୍ତିଙ୍କ ସହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଲୋକ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ - ୭କିମି ଚାଲିଲେ ବିଧାୟକ, ଦୁର୍ଗମ ଅଞ୍ଚଳକୁ ଯାଇ ବୁଝିଲେ ଲୋକଙ୍କ ସମସ୍ୟା

ଏହା ମଧ୍ୟ ପଢନ୍ତୁ - ମାଟ୍ରିକ ପାସ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର: 364 ମାର୍କ ରଖି ହେଲେ କୃତକାର୍ଯ୍ୟ

ପ୍ରକାଶ ଥାଉକି, ଗତ ସେପ୍ଟମ୍ବର ମାସରେ ବିଧାୟକ ଅଙ୍ଗଦ କହଁର ଫିରିଙ୍ଗିଆ ବ୍ଲକର ଦୁର୍ଗମ ଗ୍ରାମପଞ୍ଚାୟତ ପାଙ୍ଗାଉପର ସାହିକୁ ଲୋକଙ୍କ ସମସ୍ୟା ବୁଝିବା ପାଇଁ ୭ କିମି ଚାଲିକି ଯାଇ ବୈଠକରେ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଜାଗ୍ରତ ସନ୍ତାନ ମହାମଞ୍ଚ ଫିରିଙ୍ଗିଆ ବ୍ଲକର ଦୁଇଟି ଉପାନ୍ତ ଏବଂ ଦୁର୍ଗମ ଗ୍ରାମପଞ୍ଚାୟତ ଯଥା ପାଙ୍ଗାଉପର ସାହି ଗ୍ରାମପଞ୍ଚାୟତ ଏବଂ କ୍ରାଣ୍ଡିବାଲି ଗ୍ରାମପଞ୍ଚାୟତର ଛଅଗୋଟି ଗ୍ରାମ ଯଥା ବାଲିଗଟା, ପଟିଲିପିଡିଆ, ଲଦା, ଗାଦାପଙ୍ଗା, ଟାକୁଡି, ସିପାଡି ଗ୍ରାମକୁ ନେଇ ଗଠିତ ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.