ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ବଡ ସଫଳତା । ଜଙ୍ଗଲ ଭିତରୁ ୬୦୦ କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ ହୋଇଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ, ଗଞ୍ଜେଇ ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ପରେ ବାଲିଗୁଡ଼ା ଏସଡିପିଓଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ଟିମ୍ ପୂର୍ବ ସୂଚନା ଅନୁଯାୟୀ ଲଣ୍ଡାଗାଁ ପଞ୍ଚାୟତର କାମ୍ବେରିକିଆ ଗାଁ ନିକଟସ୍ଥ ଜଙ୍ଗଲରେ ଚଢାଉ କରିଥିଲା । ରେଡ ବେଳେ ପୋଲିସ ହାତରେ ଲାଗିଥିଲା ବିପୁଳ ପରିମାଣର ଗଞ୍ଜେଇ ।
ଘଟଣାସ୍ଥଳରୁ ୯୦୭କେଜି ୬୦୦ଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ ସମସ୍ତ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲେ । ତେବେ,ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ୩୫ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ସେପଟେ ବାଲିଗୁଡ଼ା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର,ଇଟିଭି ଭାରତ