ETV Bharat / state

ଡକାୟତି ଉଦ୍ୟମ ପଣ୍ଡ, ଗୁଳି ମାଡରେ ଡକାୟତ ମୃତ - ଗୁଳି ମାଡରେ ଡକାୟତ ମୃତ

ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ବଦାଙ୍ଗୀ ଗ୍ରାମ ନିକଟରେ ଫୁଟିଲା ଗୁଳି । ଡକାୟତି କରିବାକୁ ଆସିଥିବା ବେଳେ ଗୁଳିମାଡରେ ଡକାୟତର ମୃତ୍ୟୁ । ଅଧିକ ପଢନ୍ତୁ

ଡକାୟତି ଉଦ୍ୟମ ପଣ୍ଡ, ଗୁଳି ମାଡରେ ଡକାୟତ  ମୃତ
ଡକାୟତି ଉଦ୍ୟମ ପଣ୍ଡ, ଗୁଳି ମାଡରେ ଡକାୟତ ମୃତ
author img

By

Published : Dec 13, 2021, 11:20 AM IST

ଫୁଲବାଣୀ: ପଣ୍ଡହେଲା ଡକାୟତି ଉଦ୍ୟମ, ଗୁଳି ମାଡରେ ଡକାୟତ ମୃତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ବଦାଙ୍ଗୀ ଗ୍ରାମ ନିକଟରେ । ସୂଚନାଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କିଛି ଡକାୟତ ଗ୍ୟାଙ୍ଗ ଡକାୟତ କରିବାକୁ ଆସିଥିବା ବେଳେ ବନ୍ଦାଙ୍ଗୀର ମୁଖ୍ୟ ରାସ୍ତା ଜମ୍ବୁ ବଣିଆ ବ୍ରିଜ୍‌ ନିକଟରେ ଛପି ରହିଥିଲେ । ଏହି ସମୟରେ ଗୋଟିଏ ବ୍ରୟେଲର୍‌ ଗାଡ଼ି ସେହିବାଟ ଦେଇ ଯିବା ସମୟରେ ଡକାୟତ ଗ୍ୟାଙ୍କ ଲୁଚି ରହିଥିବା ଗାଡି ଡ୍ରାଇଭର ଜାଣିପାରିଥିଲେ । ଏନେଇ ସେଠାରୁ ଫେରି ଆସି ଗ୍ରାମବାସୀଙ୍କୁ ଫୋନ ଯୋଗେ ଜାଣାଇବାରୁ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ଗ୍ରାମବାସୀଙ୍କୁ ଦେଖି ଡକାୟତ କରିବା ଉଦ୍ଦେଶ୍ୟରେ ଥିବା ଗ୍ୟାଙ୍କ ଛତ୍ର ଭଙ୍ଗ ଦେଇଥିଲେ ।

ଏନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ପରେ ଜଣେ ଡକାୟତଙ୍କ ଗୋଡରେ ଗୁଳି ବାଜିବାରୁ ସେ ଆହତ ଅବସ୍ଥାରେ ତଳେ ପଡିରହିଥିବା ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କୁ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ବହୁ ଖୋଜା ଖୋଜି ପରେ ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, କିଛି ଇଲେଟ୍ରି ତାର ଓ ଗୋଟଏ ପଲସର ବାଇକ୍‌ ଜବତ କରିବା ସହ ଜଣେ ଡକାୟତକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ଚକାପାଦ ପୋଲିସ । ତେବେ ଗୁଳିକାଣ୍ଡ କେମିତି ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.