ETV Bharat / state

ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା: ଭାରରେ ବୋହି ପ୍ରସୂତି ମହିଳାଙ୍କୁ ପହଞ୍ଚାଇଲେ ଡାକ୍ତରଖାନାରେ

ଭାରରେ ବୋହି ପ୍ରସୂତି ମହିଳାଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ । ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସାରଂଗଡ଼ ପଞ୍ଚାୟତର ଟେଟ୍ରେ ଗାଁରେ । ଅଧିକ ପଢନ୍ତୁ

author img

By

Published : Aug 2, 2022, 6:54 PM IST

ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା: ଭାରରେ ବୋହି ପ୍ରସ୍ତୂତି ମହିଳାଙ୍କୁ ପହଞ୍ଚାଇଲେ ଡାକ୍ତରଖାନାରେ

ଫୁଲବାଣୀ: ଗାଁ ଅଛି, ହେଲେ ନାହିଁ ରାସ୍ତା । ପୁଣି ଭାରରେ ବୁହା ହେଲେ ଗର୍ଭବତୀ ମହିଳା । ଭାରରେ ବୋହି ପ୍ରସୂତି ମହିଳାଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ । ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସାରଂଗଡ଼ ପଞ୍ଚାୟତର ଟେଟ୍ରେ ଗାଁରେ ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା

ମିଳିଥିବା ସୂଚନାନୁସାରେ, ଆରତୀ ମଲିକଙ୍କର ଗର୍ଭଯନ୍ତ୍ରଣା ହେବା ପରେ ସେହି ଗାଁର ଆଶାକର୍ମୀ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଫୋନ୍ କଲ୍ ପାଇବା ପରେ ବାଲିଗୁଡାରୁ ୧୦୮ ଆମ୍ବୁଲାନ୍ସ ନେଇ ଡ୍ରାଇଭର ଜିତୁ ମାଝୀ ଟେଟ୍ରେ ଗାଁ ଅଭିମୁଖେ ଯାଇଥିଲେ । ହେଲେ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ପ୍ରାୟ ୨ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖି ଜିତୁ ମାଝୀ ଟେଟ୍ରେ ଗାଁକୁ ଯାଇଥିଲେ । ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନବିକତା ଦେଖାଇ ଆଶାକର୍ମୀ ଓ ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ଜଙ୍ଗଲ ରାସ୍ତାରେ ନାଳ ଓ ଅଙ୍କାବଙ୍କା ରାସ୍ତା ପାର କରି ବଡ଼ କଷ୍ଟରେ ଆମ୍ବଲାନ୍ସ ପର୍ଯ୍ୟନ୍ତ ଆଣି ନିକଟସ୍ଥ ସାରଙ୍ଗଡ଼ ଡାକ୍ତରଖାନାରେ ପହଞ୍ଚାଇଥିଲେ ।

ଜିଲ୍ଲାରେ ଜନନୀ ଯନ୍ତ୍ରଣା କାହାଣୀ ଥମିବାର ନା ନେଉନାହିଁ । ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏ ବାବଦରେ ଅବଗତ ଥାଇ ସୁଦ୍ଧା କୌଣସି ସୁଫଳ ପାଇପାରୁ ନାହାଁନ୍ତି ଗର୍ଭବତୀ ମହିଳା । ଦୁର୍ଗମ ଗାଁକୁ ନାଁ ଅଛି ରାସ୍ତା, ନା ଅଛି ସ୍ବାସ୍ଥ୍ୟ ସେବା । ଏହା ପ୍ରଥମ ଘଟଣା ନୁହେଁ, ନିତିଦିନ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.