ଫୁଲବାଣୀ : ନାଳରେ ଗାଧୋଇବା ହେଲା କାଳ । ଗାଧୋଇବା ସମୟରେ ନାଳ ପାଣିରେ ବୁଡିଯାଇ ମୃତ୍ୟୁ ହୋଇଥିବା ସନ୍ଦେହ। ମୃତକ ହେଲେ ଗୋଛପଡ଼ା ଥାନା ଅନ୍ତର୍ଗତ ନମେରିବାଲି ଗ୍ରାମର ଭୀମସେନ କହଁର(୫୦)। ସୂଚନା ପ୍ରକାରେ ଭୀମସେନ ମଙ୍ଗଳବାର ଦିନ ଘର ପାଖ ନାଳକୁ ଗାଧୋଇ ଯାଇଥିବାବେଳେ କୌଣସି ପ୍ରକାରେ ପାଣିରେ ବୁଡି ଯାଇଥିଲେ। ନିକଟସ୍ଥ ଘର ଲୋକ ଦେଖି ପରିବାର ଲୋକକୁ ଖବର ଦେଇଥିଲେ।
ସଙ୍ଗେ ସଙ୍ଗେ ଗୋଛପଡ଼ା ମେଡିକାଲରେ ଭୀମସେନଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭୀମସେନଙ୍କର ଦୁଇ ପୁଅ ଅଛନ୍ତି । ଭୀମସେନ ଜଣେ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ଘରର ଏକ ମାତ୍ର ରୋଜଗାର ବ୍ୟକ୍ତିକୁ ହରାଇ ପରିବାର କେମିତି ଚଳିବେ ବୋଲି କହିଛନ୍ତି ଗ୍ରାମବାସୀ । ଏଣୁ ସରକାର ଏହି ଗରିବ ପରିବାରକୁ ସହାୟତା କରିବାକୁ ନିବେଦନ କରଛନ୍ତି ।
ଇଟିଭି ଭାରତ, କନ୍ଧମାଳ