ଫୁଲବାଣୀ: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ-ଚୀନ ରକ୍ତାକ୍ତ ସଂଘର୍ଷରେ ଭାରତର 20 ଯବାନ ଶହୀଦ ହୋଇଛନ୍ତି । ଯେଉଁଥିରେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ଜଣେ ଯବାନ ଥିବା ନେଇ ଜଣାପଡିଛି । ତେବେ ସେନାରୁ କିମ୍ବା ସରକାରୀ ଭାବେ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ । ଜଣେ ଓଡିଆ ଯବାନ ଏ ସମ୍ପର୍କରେ ସୂଚନା ଦେଇଥିବା କୁହାଯାଉଛି ।
ଶହୀଦ ଯବାନ ଜଣଙ୍କ ରାଇକିଆ ଅଞ୍ଚଳର ଚନ୍ଦ୍ରକାନ୍ତ ପ୍ରଧାନ ବୋଲି ଜଣାପଡିଛି । ଏହି ସୂଚନା ମିଳିବା ପରେ ଯବାନଙ୍କ ଘର ବିଅରପାଙ୍ଗା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ।
ବୀର ଯବାନ 2014ରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ । ପରେ ଚଳିତ ବର୍ଷ ଫେବୃଆରୀ ମାସରେ ଲଦାଖକୁ ଯାଇଥିଲେ ବୋଲି ସୂଚନା ମିଳିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ