ETV Bharat / state

ସୂଚନା ଅଧିକାର କର୍ମୀଙ୍କ ହତ୍ୟାକାଣ୍ଡକୁ 4ଦିନ, ଅଭିଯୁକ୍ତ ଗିରଫ ଦାବିରେ ରାସ୍ତା ରୋକ

ବାଲିଗୁଡାଥାନା ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ନଥିବାରୁ ହତ୍ୟାକାରୀଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ-59କୁ ଅବରୋଧ କଲେ ଲୋକେ ।

rti activist murder case
ଅଭିମନ୍ୟୁ ପଣ୍ଡା ହତ୍ୟାକାରୀ ଗିରଫ ଦାବି
author img

By

Published : Dec 14, 2019, 11:21 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡାର ବହୁଚର୍ଚ୍ଚିତ ସୂଚନା ଅଧିକାରୀ କର୍ମୀ ତଥା ବାଟାଗୁଡାର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟାକୁ ବିତିଛି 4ଦିନ । ମାତ୍ର ଏବେ ସୁଦ୍ଧା ପୋଲିସର ହାତଖାଲି ରହିଛି । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ 59 ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି ।

ଅଭିମନ୍ୟୁ ପଣ୍ଡା ହତ୍ୟାକାରୀ ଗିରଫ ଦାବି

ଏନେଇ ବାଲିଗୁଡାଥାନା ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ନଥିବାରୁ ହତ୍ୟାକାରୀଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ-59କୁ ଅବରୋଧ କରିଛନ୍ତି । ଶୁକ୍ରବାର ବାଟାଗୁଡା ସମେତ ଚାରି ପଞ୍ଚାୟତବାସୀ ଏକତ୍ରିତ ହୋଇ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ବାଲିଗୁଡା ଥାନା ପୋଲିସ ଓ ବିଡିଓ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଜିଦରେ ଅଟଳ ରହିଛନ୍ତି ଗ୍ରାମବାସୀ । ଏପରିକି ବିଡିଓ ନରେଶଚନ୍ଦ୍ର ଶବର ମଧ୍ୟ ମାଜିଷ୍ଟ୍ରେଟ ଦାୟିତ୍ବରେ ଲୋକଙ୍କୁ ବୁଝାସୁଝା ପାଇଁ ଯାଇଥିଲେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା ।

ହତ୍ୟାକାରୀଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହୁଛନ୍ତି ଗ୍ରାମବାସୀ ।

ସୂଚନା ଯୋଗ୍ୟ ଯେ, ଗତ ମଙ୍ଗଳବାର ସକାଳେ ସ୍ପଷ୍ଟ ଦିବାଲୋକରେ ଥାନାଠାରୁ ମାତ୍ର କୋଡିଏ ମିଟର ଦୂରତାରେ କେହି ଦୃବୁତ୍ତ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳିକରି ଫେରାର ହୋଇଥିଲେ । ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖିଛି ପ୍ରଶାସନ ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro: ସୂଚନା ଅଧିକାରୀ କର୍ମୀ ତଥା ପୂର୍ବତନ ବାଟାଗୁଡା ସରପଞ୍ଚ ଅଭିମନ୍ୟୁ ପଣ୍ଡା ଙ୍କୁ ଗୁଳି କରି ହତ୍ୟା ଘଟଣା ।ପୋଲିସ୍ ର ନିଷ୍କ୍ରିୟତା ପ୍ରତିବାଦରେ 59 ନମ୍ବର ଜାତୀୟ ରାଜପଥ ଅବରୋଧ । କନ୍ଧମାଳ ଜିଲ୍ଲା ବାଲିଗୁଡାର ବହୁଚର୍ଚ୍ଚିତ ସୂଚନା ଅଧିକାରୀ କର୍ମୀ ତଥା ବାଟାଗୁଡାର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡା ଙ୍କ ହତ୍ୟାକୁ ଚାରି ଦିନ ବିତିଯାଇଥିଲେ ସୁଦ୍ଧା ଏ ଯାଏଁ ପୋଲିସ୍ ର ହାତଖାଲି। ବାଲିଗୁଡାଥାନା ପୋଲିସ୍ ଅପରାଧିଙ୍କୁ ଧରିବାରେ ସକ୍ଷମ ହୋଇ ନଥିବାରୁ ହତ୍ୟାକାରୀଙ୍କୁ ଗିରଫ ଓ କ୍ଷତିପୂରଣ ଦାବୀକରି ଜାତୀୟ ରାଜପଥ 59 କୁ ଅବରୋଧ କରିଛନ୍ତି ।Body:ଆଜି ବାଟାଗୁଡା ସମେତ ଚାରି ପଞ୍ଚାୟତବାସୀ ଏକତ୍ରିତ ହୋଇ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ବାଲିଗୁଡା ଥାନା ପୋଲିସ୍ ଓ ବିଡିଓ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଜିଦରେ ଅଟଳ ଗ୍ରାମବାସୀ । ଏପରିକି ମାଜିଷ୍ଟ୍ରେଟ ଦାୟିତ୍ୱରେ ଲୋକଙ୍କୁ ବୁଝାସୁଝା ପାଇଁ ଯାଇଥିଲେ କିନ୍ତୁ ପିଠା ଯୋଜନାରେ ବିବାଦୀୟ ହୋଇଥିବାରୁ ବିଡିଓ ନରେଶ ଚନ୍ଦ୍ର ଶବର ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା।

ହତ୍ୟାକାରୀଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି କହୁଛନ୍ତି ଗ୍ରାମବାସୀ । ଆନ୍ଦୋଳନ ଜାରି ଥିବାରୁ ରାୟପୁର ରାୟଗଡା ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାକୁ ଗାଡି ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି।
ସୂଚନା ଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ସକାଳେ ସ୍ପଷ୍ଟ ଦିବାଲୋକରେ ଥାନାଠାରୁ ମାତ୍ର କୋଡିଏ ମିଟର ଦୂରତାରେ କେହି ଦୃବୁତ୍ତ ଅଭିମନ୍ୟୁ ପଣ୍ଡାଙ୍କୁ ଗୁଳିକରି ଫେରାର ହୋଇଥିଲେ । ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। Conclusion:ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖିଛି ପ୍ରଶାସନ ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.