ETV Bharat / state

ଫୁଲବାଣୀରେ 150 ଶଯ୍ୟା ବିଶିଷ୍ଟ କୋଭିଡ଼-19 ହସ୍ପିଟାଲ, ଉଦଘାଟନ କଲେ ଜିଲ୍ଲାପାଳ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଏକ ସପ୍ତାହ ମଧ୍ୟରେ ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ତିଆରି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ଏନେଇ ମଙ୍ଗଳବାର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ 150 ଶଯ୍ୟା ବିଶିଷ୍ଟ କୋଭିଡ଼-19 ହସ୍ପିଟାଲ ଉଦ୍ଘାଟିତ ହୋଇଯାଇଛି । ଅଧିକ ପଢନ୍ତୁ...

new covid hospital opened in phulbani
ଫୁଲବାଣୀରେ 150 ଶଯ୍ୟା ବିଶିଷ୍ଟ କୋଭିଡ଼-19 ହସ୍ପିଟାଲ ଉଦ୍ଘାଟନ କଲେ ଜିଲ୍ଲାପାଳ
author img

By

Published : Apr 14, 2020, 6:54 PM IST

ଫୁଲବାଣୀ: କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଅଣ୍ଟା ଭଡ଼ିଛନ୍ତି । ଏକ ସପ୍ତାହ ମଧ୍ୟରେ ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ତିଆରି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ଏନେଇ ମଙ୍ଗଳବାର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ 150 ଶଯ୍ୟା ବିଶିଷ୍ଟ କୋଭିଡ଼-19 ହସ୍ପିଟାଲ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ଡା ବୃନ୍ଦା ଡି ଏହି ହସ୍ପିଟାଲକୁ ଆଜି ଉଦ୍ଘାଟନ କରିଥିଲେ ।

ଫୁଲବାଣୀରେ 150 ଶଯ୍ୟା ବିଶିଷ୍ଟ କୋଭିଡ଼-19 ହସ୍ପିଟାଲ ଉଦ୍ଘାଟନ କଲେ ଜିଲ୍ଲାପାଳ

କଟକ ଓ ଭୁବନେଶ୍ୱରରେ କୋଭିଡ ମେଡିକାଲ ପାଇଁ ଚୁକ୍ତି ପରେ ପ୍ରଥମେ ଫୁଲବାଣୀ ଠାରେ ଏକ କୋଭିଡ ମେଡିକାଲ ପାଇଁ 3 ତାରିଖରେ ଚୁକ୍ତି ହୋଇଥିଲା । ଏହି ହସ୍ପିଟାଲ 140ଟି ଆଇସୋଲେସନ ସହିତ 10ଟି ଆଇସିୟୁର ବ୍ୟବସ୍ଥା ରହିଛି । ଆସନ୍ତା ସପ୍ତାହକ ମଧ୍ୟରେ ସମସ୍ତ ଆଇସିୟୁ ଓ କ୍ରିଟିକାଲ ଭେଣ୍ଟିଲେଟର ୱାର୍ଡ କାମ କରିବ ବୋଲି ସୂଚନା ଦିଆଯାଇଛି । ଜିଲ୍ଲାର ଆବଶ୍ୟକତା ପାଇଁ ଏହି ହସ୍ପିଟାଲ ବରଦାନ ହେବ ବୋଲି କୁହାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.