ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡା ଏନଏସି ଅଧ୍ୟକ୍ଷା ମମତା ବେହେରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଅନାସ୍ଥା ସପକ୍ଷରେ ଉପସ୍ଥିତ ସମସ୍ତ 11 ଜଣ ସଦସ୍ୟ ଭୋଟ ଦେଇଛନ୍ତି । ଫଳରେ ପଦ ହରାଇଛନ୍ତି ଅଧ୍ୟକ୍ଷା। କେବଳ ସରକାରଙ୍କ ଘୋଷଣା ଯାଏଁ ସେ ପଦରେ ରହିବା ନେଇ ଜଣା ପଡିଛି।
ସୂଚନା ଅନୁଯାୟୀ ପୂର୍ବରୁ ଅଧ୍ୟକ୍ଷାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିଥିଲେ ସଦସ୍ୟ । ଫଳରେ ଦୁଇ ଥର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ହେଁ ଥରେ ଭୋଟିଂ ହୋଇ ପାରିନଥିବା ବେଳେ ଆଉ ଥରେ କୋର୍ଟ ସ୍ଥଗିତ କରିଥିଲେ । ସେପଟେ କାର୍ଯ୍ୟକାଳ ଶେଷ ହୋଇ ଆସୁଥିବା ବେଳେ ପ୍ରଥମ ଏନଏସି ଅଧ୍ୟକ୍ଷା ମମତା ବେହେରା ପଦ ହରାଇବା ନିଶ୍ଚିତ ହୋଇଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ