ETV Bharat / state

ଅଖି ମୁଠି ଅନୁକୂଳ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

author img

By

Published : May 3, 2022, 9:37 PM IST

ଅଖି ମୁଠି ଅନୁକୂଳ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ଏହି ଉପଲକ୍ଷେ କନ୍ଧମାଳରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଛି । ଅଧିକ ପଢ଼ନ୍ତୁ

ଅଖୀ ମୁଠି ଅନୁକୂଳ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟା ଉପଲକ୍ଷେ କନ୍ଧମାଳ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଛି । ଏହି ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅଖି ମୁଠି ଅନୁକୂଳ କରିଛନ୍ତି । ବିଧାୟକ ଅଙ୍ଗଦ କହଁର ଓ କୃଷି ଅଧିକାରୀ, ଜିଲ୍ଲାର ଚାଷୀ ଭାଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ପୂଜାର୍ଚ୍ଚନା କରିବା ପରେ ବିଧାୟକ କ୍ଷେତରେ ପ୍ରବେଶ କରି ଅଖିମୁଠି ଅନୁକୂଳ କରିଥିଲେ । ଏହାସହ କ୍ଷେତରେ ଲଙ୍ଗଳ ବୁଲାଇଥିଲେ ।

ରାଜ୍ୟ ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ସେମାନଙ୍କ ଉନ୍ନତି ପାଇଁ ଚିନ୍ତା କରୁଛନ୍ତି ବୋଲି କହିଥିଲେ ବିଧାୟକ । ତେବେ ଜିଲ୍ଲାରେ ସମୁଦାୟ ୭ଟି ବ୍ଲକରେ ମଣ୍ଡିଆ ଚାଷ ଚାଲିଥିବାବେଳେ ଚଳିତ ବର୍ଷ ଜିଲ୍ଲାର ଆଉ ଚାରୋଟି ବ୍ଲକରେ ମାଣ୍ଡିଆ ଚାଷ କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ନିର୍ଦ୍ଦେଶକ ।

ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟା ଶୁଭ ଅନୂକୁଳର ମହାପର୍ବ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଆଜିର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କଲେ ତାହା ସୁରୁଖୁରୁରେ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଶେଷ କରି ଏହି ଦିନ କୃଷକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ । ଏ ବର୍ଷ ଚାଷୀମାନେ ଚାଷରେ ଲାଭବାନ ହେବେ ବୋଲି ଆଶାବାଦୀ ଅଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.