ETV Bharat / state

ସ୍ବାବଲମ୍ବୀ କଲା ମିଶନ ଶକ୍ତି କାଫେ, ଅନ୍ୟ ମହିଳାଙ୍କୁ ଦେଉଛି ପ୍ରେରଣା

ଆଦିବାସୀ ମହିଳାଙ୍କୁ ବଞ୍ଚିବାର ବାଟ ଦେଖାଇଛି ମିଶନ ଶକ୍ତି କାଫେ । ସୁନ୍ଦର କାଫେରେ ଘରୋଇ ଖାଦ୍ୟର ମଜା ଉଠାଉଛନ୍ତି ଗ୍ରାହକ । ଅଧିକ ପଢ଼ନ୍ତୁ

mission shakti cafe by tribal women in kandhamal
ସ୍ବାବଲମ୍ବୀ କଲା ମିଶନ ଶକ୍ତି କାଫେ, ଅନ୍ୟ ମହିଳାଙ୍କୁ ଦେଉଛି ପ୍ରେରଣା
author img

By

Published : Nov 27, 2022, 10:05 AM IST

ଫୁଲବାଣୀ: ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଉଛି । ମହିଳାଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଉଛି । ଏହି ଯୋଜନା ମାଧ୍ୟମରେ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି । ଯେଉଁ କାମ ଦିନେ ପୁରୁଷ କରୁଥିଲେ ଏବେ ସେହି କାମ କରୁଛନ୍ତି ମହିଳା । ଆବଦ୍ଧ ଚାରି କାନ୍ଥ ଓ ଚୁଲି ମୁଣ୍ଡରୁ ବାହାରି ବ୍ୟବସାୟରେ ଅଗ୍ରଣୀ ହେଉଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲ୍ଲାରେ 11 ଜଣ ଆଦିବାସୀ ମହିଳାଙ୍କ ପ୍ରୟାସକୁ ନେଇ ଚାରିଆଡେ ଚର୍ଚ୍ଚା ।

ସ୍ବାବଲମ୍ବୀ କଲା ମିଶନ ଶକ୍ତି କାଫେ

କାଫେରେ ମିଳୁଛି ମନପସନ୍ଦର ଖାଇବା

ସୁନ୍ଦର କାଫେରେ ଘରୋଇ ଖାଦ୍ୟର ମଜା ଉଠାଉଛନ୍ତି ଗ୍ରାହକ । ମିଳୁଛି ସ୍ୱାଦିଷ୍ଟ ଜଳଖିଆ ଓ ମଧ୍ୟାହ୍ନ ଭୋଜନ । ଜଳଖିଆରେ ଇଟିଲି, ପୁରୀ, ଚକୁଳି, ପକୁଡି, ବ୍ରେଡ ଚପ୍ , ଆଳୁଚପ, ଚା, ନାଲି ଚା, କଫି, ସୁଇଟ କର୍ନ, ସାଣ୍ଡୱିଚ୍, ଫ୍ରେଚ୍ ଫ୍ରାଏ, ମୋମୋ ଓ କୋଲ୍ଡ କଫି ଭଳି ମନ ପସନ୍ଦର ଖାଇବା ମିଳୁଛି । ଏଥିସହ ମଧ୍ୟାହ୍ନ ଭୋଜନରେ ମିଳୁଛି ଆମିଷ ଓ ନିରାମିଷ ଖାଦ୍ୟ । କାଫେର ଚାରିକାନ୍ଥରେ ଅଙ୍କାଯାଇଥିବା ସୁନ୍ଦର ଚିତ୍ରକଳା ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଏଠାକୁ ଖାଇବା ପାଇଁ ବଡବଡିଆ ଲୋକଙ୍କ ଠାରୁ ଆରମ୍ଭ କରି ଗରିବ ଯାଏ ସଭିଙ୍କ ଭିଡ ଜମୁଛି । ତେବେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ଏହି କାଫେ । କାଫେରେ ସ୍ବଚ୍ଛତା ଓ ସ୍ବାସ୍ଥ୍ୟକର ଖାଦ୍ୟପ୍ରତି ମହିଳାମାନେ ବିଶେଷ ଧ୍ୟାନ ଦେଇଛନ୍ତି । ଜିଲ୍ଲାର 11 ଜଣ ଆଦିବାସୀ ମହିଳା ଏହି କାଫେ ଚଳାଇ ବେଶ ଲାଭବାନ ହେଉଛନ୍ତି ।

11 ଆଦିବାସୀ ମହିଳା ଚଳାଉଛନ୍ତି କାଫେ

କନ୍ଧମାଳ ଜିଲ୍ଲା ଡାକପାଲାର ଘଟାଲସାହିର ୧୧ ଜଣ ଆଦିବାସୀ ମହିଳାଙ୍କୁ ନେଇ ଗଠନ ହୋଇଥିଲା ମା' ପ୍ରତିମା ସ୍ୱଂୟ ସହାୟକ ଗୋଷ୍ଠୀ । ସେମାନଙ୍କୁ ସହାୟତାର ହାତ ବଢାଇଲା ମିଶନ ଶକ୍ତି । ମାର୍ଚ୍ଚ ୨୦୨୨ ମାସରେ ମିଶନ ଶକ୍ତିର ଏକ ଘର ଲିଜ ସୂତ୍ରରେ ପାଇବା ପରେ ଏକ କାଫେ କରିବାକୁ ଚିନ୍ତା କରିଥିଲେ । ଏହାପରେ ବ୍ୟାଙ୍କ ସହ ଯୋଗାଯୋଗ କରି ୧ ଲକ୍ଷ ୬୦ ହଜାର ଟଙ୍କା ଋଣ ଆଣିଥିଲେ । ୬୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ରଖି ବକେୟା ୧ ଲକ୍ଷ ଟଙ୍କା ବିନିଯୋଗରେ ବ୍ୟବସାୟ କରିଥିଲେ । କାଫେ ସମ୍ବନ୍ଧିତ ସମସ୍ତ ସାମଗ୍ରୀ କିଣି କାମ ଆରମ୍ଭ କରିଥିଲେ । ମହିଳା ଗୋଷ୍ଠୀଙ୍କ ଆଗ୍ରହ ଦେଖି ମିଶନ ଶକ୍ତି ସହାୟତାର ହାତ ବଢାଇଥିଲା । କ୍ୟାଫେ କରିବା ପାଇଁ କଫି ମେସିନ, ମାଇକ୍ରୋ ଓଭେନ , ରେଫ୍ରିଜେଟର, ଡିପ ଫ୍ରିଜ, ଆକ୍ୱାଗାର୍ଡ, ମୋମୋ ସ୍ଟିମର ଓ ଟେବୁଲ ଚେୟାର ଆଦି ପ୍ରଦାନ କରିଥିଲା । ଦିନକୁ ୨୦୦ ରୁ ୩୦୦ କପ୍ ଚା ଅର୍ଡର ନେଉଥିବା ବେଳେ ପ୍ରାୟ ୩୦ ରୁ ୪୦ ଟି ମିଲ୍ ବିକ୍ରି ହେଉଛି। ସେହିପରି ସକାଳ ଜଳଖିଆର ବେସ ଚାହିଦା ରହିଛି ।

ସ୍ବାବଲମ୍ବୀ ହୋଇଛନ୍ତି ମହିଳା

କାଫେ କରି ମହିଳା ଗୋଷ୍ଠୀ ମାସକୁ ୩୦ ରୁ ୪୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ତତ୍ ସହିତ ମାସକୁ ୩୦୦୦ ଟଙ୍କା ଘର ଭଡା ଓ ବିଦ୍ୟୁତ ଦେୟ ଦେଇ ମହିଳାମାନେ ୩ ରୁ ୪ ହଜାର ଟଙ୍କା ଜଣକା ନେଇ ବାକି ଟଙ୍କା ଗୋଷ୍ଠୀ ଜମା ଖାତାରେ ଜମା ରଖୁଛନ୍ତି। ଏନେଇ କାଫେ ସମ୍ପାଦିକା କହିଛନ୍ତି, "ଏହି କାଫେରେ 11ଜଣ ଆଦିବାସୀ ମହିଳା କାମ କରୁଛୁ । ସକାଳ 8ଟାରୁ କାଫେ ଖୋଲାଯାଇ ଜଳଖିଆ ତିଆରି ହେଉଛି । ଅର୍ଡର ମୁତାବକ ସେମାନଙ୍କ ଖାଦ୍ୟ ତିଆରି କରାଯାଉଛି । ମହିଳା ଗୋଷ୍ଠୀଙ୍କୁ ରୋଷେଇରେ ତାଲିମ ଦେବାସହ ଏକ କାରିଗର ମଧ୍ୟ ନିୟୋଜିତ କରାଯିବ। "

ଘରରୁ ଚାରି କାନ୍ଥରୁ ବାହାରି ସ୍ବାବଲମ୍ବୀ ହୋଇପାରିଛନ୍ତି ମହିଳା । ଦୁଇ ପଇସା ରୋଜଗାର କରି ପରିବାର ଚଳାଇବାରେ ସକ୍ଷମ ହୋଇପାରିଛନ୍ତି। ତେଣୁ ସେମାନେ ବେଶ ଖୁସି ଥିବା କହିଛନ୍ତି । ଏହି କାଫେର ପ୍ରଚାର ପ୍ରସାର ହେଲେ ଅଧିକ ବ୍ୟବସାୟ ହୋଇପାରନ୍ତା ବୋଲି କୁହାଯାଇଛି । ପୁରୁଷ ସହ କାନ୍ଧରେ କାନ୍ଧ ମିଳାଇ ଆଗେଇ ଚାଲିଛନ୍ତି ଆଜିର ନାରୀ । ଘରର ଚାରି କାନ୍ଥରୁ ବାହାରି ତିଆରି କରୁଛନ୍ତି ସ୍ବତନ୍ତ୍ର ପରିଚୟ । କନ୍ଧମାଳ ଜିଲ୍ଲାର ଆଦିବାସୀ ମହିଳାଙ୍କ ଏହି ପ୍ରୟାସ ଅନ୍ୟ ମହିଳାଙ୍କୁ ପ୍ରେରଣା ଦେବ ନିଶ୍ଚୟ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.