ETV Bharat / state

ଦୁଇ ମାସ ପରେ ମିଳିଲା ନିଖୋଜ ଛାତ୍ରର କଙ୍କାଳ

author img

By ETV Bharat Odisha Team

Published : Dec 11, 2023, 7:05 AM IST

Skeleton Found in Urmagada Waterfall: ପଥର ସନ୍ଧିରୁ ମିଳିଲା ନରକଙ୍କାଳ । ଦୁଇମାସ ପରେ ମିଳିଲା ନିଖୋଜ ଛାତ୍ରର କଙ୍କାଳ । ମାଛ ଧରାଳୀଙ୍କୁ ମିଳିଲା ଜଳପ୍ରପାତରୁ ଖସିଯାଇଥିବା ଛାତ୍ରଙ୍କ କଙ୍କାଳ । ଆଗକୁ ପଢ଼ନ୍ତୁ,

ମିଳିଲା ନିଖୋଜ ଛାତ୍ରର କଙ୍କାଳ
ମିଳିଲା ନିଖୋଜ ଛାତ୍ରର କଙ୍କାଳ

ଫୁଲବାଣୀ: ପଥର ସନ୍ଧିରୁ ମିଳିଲା ନରକଙ୍କାଳ । ଏହି ନର କଙ୍କାଳ ଜଣେ ଛାତ୍ରଙ୍କ ହୋଇଥିବା ଜଣା ପଡ଼ିଛି । ଦୁଇମାସ ପୂର୍ବେ ଛାତ୍ର ଜଣକ ଏଠାରେ ନିଖୋଜ ହୋଇଯାଇଥିଲେ । ଗତ ରବିବାର ମାଛ ଧରାଳୀଙ୍କୁ ମିଳିଲା ଜଳପ୍ରପାତରୁ ଖସିଯାଇଥିବା ଛାତ୍ରଙ୍କ କଙ୍କାଳ । ଗୋଛାପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଙ୍କାଳ ଉଦ୍ଧାର କରିଛି । ଏନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ଗତ ରବିବାର ସକାଳେ ଉର୍ମାଗାଡ଼ ଜଳପ୍ରପାତ ନିକଟରେ ଥିବା କାଣିବାଲି ଗାଁର କିଛି ଲୋକ ଜଳପ୍ରପାତର ତଳିଆ ଅଞ୍ଚଳକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଏକ ପଥର ସନ୍ଧିରେ କିଛି ହାଡ଼ ଓ ମୁଣ୍ଡର ଖପୁରି ଥିବା ଦେଖିବାକୁ ପାଇଥିଲେ । ପରେ ଘଟଣା ବିଷୟରେ ମାଛଧରାଳିମାନେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହା ଶୁଣି ମୃତ ଛାତ୍ରର ପରିବାର ଲୋକେ ଗୋଛାପଡା ପୋଲିସକୁ ଖବର ଦେଇଥିଲେ । ପରେ ଗୋଛାପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଳପ୍ରପାତ ମଧ୍ୟ୍ୟରେ ଥିବା ପଥର ସନ୍ଧି ଭିତରୁ ମୃତ ଛାତ୍ରର ଖଣ୍ଡ ବିଖଣ୍ଡିତ ହାଡ଼ କଙ୍କାଳ ସହ ପିନ୍ଧିଥିବା ସାର୍ଟ ଉଦ୍ଧାର କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ....ଝିଆରୀକୁ ପ୍ରେମ କରିବାରୁ ପ୍ରେମିକକୁ ହତ୍ୟା, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ସାଙ୍ଗମାନଙ୍କ ସହ ଜଳପ୍ରପାତ ବୁଲିବାକୁ ଯାଇ ଅସାବଧାନତା ହେତୁ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇ ନିଖୋଜ ହୋଇ ଯାଇଥିଲେ ଦଶମ ଶ୍ରେଣୀର ଛାତ୍ର ରାଖାଲ ବେହେରା । ବହୁ ଖୋଜାଖୋଜି କରି ମୃତ ଶରୀର ନପାଇ ନିରାଶ ହୋଇଥିଲେ ଅଗ୍ନିଶମ, ଓଡ୍ରାଫ ଟିମ୍ ସହ ପରିବାର ଲୋକେ । ନିଖୋଜ ହେବାର ପ୍ରାୟ ଦୁଇମାସ ପରେ ଉଦ୍ଧାର ହୋଇଛି ନରକଙ୍କାଳ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଅକ୍ଟୋବର 8 ତାରିଖ ରବିବାର ଦିନ କଟ୍ରିଙ୍ଗିଆ ପଞ୍ଚାୟତ ନାକଡିସ୍ ଗାଁର ଲିଙ୍ଗା ବେହେରାଙ୍କ ପୁଅ ରାଖାଲ ବେହେରା ତାର କିଛି ସାଙ୍ଗଙ୍କ ସହ ଉର୍ମାଗଡ଼ ଜଳପ୍ରପାତ ବୁଲିବାକୁ ଯାଇଥିଲେ । ବୁଲାବୁଲି କରିବା ସମୟରେ ହଠାତ ଅସାବଧାନତା ଯୋଗୁଁ ରାଖାଲଙ୍କ ଗୋଡ଼ ଖସି ଯିବାରୁ ଜଳପ୍ରପାତରେ ବୁଡି ଯାଇ ନିଖୋଜ ହୋଇଯାଇଥିଲେ । ଘଟଣାକୁ ନେଇ ମୃତ ରାଖାଲଙ୍କ ପରିବାର ପକ୍ଷରୁ ଗୋଛାପଡା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ଗୋଛାପଡା ପୋଲିସ ସହ ବୌଦ୍ଧ, ନୟାଗଡ଼ ଓ ଫୁଲବାଣୀ ଅଗ୍ନିସମ ବାହିନୀ ଓ ଓଡ୍ରାଫ ଟିମ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ 11 ଦିନ ଧରି ଜଳପ୍ରପାତରେ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ରାଖାଲର କୌଣସି ପତ୍ତା ପାଇନଥିଲେ । ନିଖୋଜ ରାଖାଲକୁ ଖୋଜିବା ପାଇଁ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ନିଜସ୍ୱ ପ୍ରଚେଷ୍ଟା ମଧ୍ୟ କରିଥିଲେ ଜଳପ୍ରପାତର ଉପରମୁଣ୍ଡରେ ଏକ ମାଟି ବନ୍ଧ ମଧ୍ୟ୍ୟ ବନ୍ଧା ଯାଇଥିଲା ତଥାପି ମୃତ ନାବାଳକଙ୍କ କୌଣସି ସନ୍ଧାନ ମିଳିନଥିଲା ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.