ETV Bharat / state

କନ୍ଧମାଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ମାଡ଼ ମାରି ଲୁଟିନେଲେ 60 ହଜାରରୁ ଊର୍ଦ୍ଧ୍ୱ ଟଙ୍କା - ମାଡ ମାରି ଲୁଟିନେଲେ 6୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା

କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଡଡ଼ଙ୍ଗ ନିକଟସ୍ଥ ବାଟବାଡି ଛକରେ ମାଡ ମାରି ଟଙ୍କା ,ମୋବାଇଲ ଓ ଗାଡି ଲୁଟି ନେଲେ ଦୁର୍ବୁତ୍ତ । ଅଧିକ ପଢନ୍ତୁ

ଦୁର୍ବୁତ୍ତଙ୍କ ଆତଙ୍କରାଜ
ଦୁର୍ବୁତ୍ତଙ୍କ ଆତଙ୍କରାଜ
author img

By ETV Bharat Odisha Team

Published : Oct 12, 2023, 10:03 AM IST

Updated : Oct 12, 2023, 1:09 PM IST

କନ୍ଧମାଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ଫୁଲବାଣୀ : ପୂଜାରେ ମାତିଲେ ଲୁଟେରା । ଜଣେ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ମାଡ ମାରି ଟଙ୍କା, ମୋବାଇଲ ଓ ଗାଡି ଲୁଟିନେଲେ ଦୁର୍ବୃତ୍ତ । କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଡଡ଼ଙ୍ଗ ନିକଟସ୍ଥ ବାଟବାଡି ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ବାଲିଗୁଡ଼ା ସ୍ଥିତ ଏକ ବେସରକାରୀ ସଂସ୍ଥା ମିକ୍ରୋଫାଇନାନ୍ସ ଲିମିଟେଡ୍‌ର ଜଣେ କର୍ମଚାରୀ ଆଲୋକ୍‌ ବଳିଆର ସିଂ ବାଟବାଡ଼ି ଗ୍ରାମରୁ ଲୋନ୍‌ କିସ୍ତି ଆଦାୟ କରି ଫେରୁଥିଲେ । ସେହି ସମୟରେ ବାଟବାଡ଼ି ଛକ ନିକଟ NH59 ଜାତୀୟ ରାଜପଥରେ ତିନି ଦୁର୍ବୁତ୍ତ ଆଲୋକ ବଳିଆରସିଂ ଉପରକୁ ଠେଙ୍ଗା ମାଡ଼ କରିଥିଲେ । ଏହା ପରେ ଆଲୋକ ଅଚେତ ହୋଇ ପଡ଼ିବାରୁ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କର ବାଇକ, ମୋବାଇଲ ଓ ୬୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିଥିଲେ ।

ତେବେ ସେହି ରାସ୍ତା ଦେଇ ଜଣେ ବାଇକ ଆରୋହୀ ଯାଉଥିବା ବେଳେ ଆଲୋକ ଚେତାଶୂନ୍ୟ ଅବସ୍ଥାରେ ପଡ଼ି ରହିଥିବା ଦେଖି ତୁମଡିବନ୍ଧ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ଥାନା ପୋଲିସ ପହଞ୍ଚି ଅଚେତ ଆଲୋକ ବଳିଆର ସିଂଙ୍କୁ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇଥିଲେ । ଚିକିତ୍ସା ପରେ ଚେତା ଫେରିବାରୁ ଆଲୋକ ଘଟିଥିବା ସମସ୍ତ ଘଟଣା ପୋଲିସକୁ ଜଣାଇଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଆଲୋକ ବଳିଆରସିଂଙ୍କ ଘର ବାଲିଗୁଡ଼ା ଥାନ ଋତୁଙ୍ଗିଆ ପଞ୍ଚାୟତ ଅର୍ନ୍ତଗତ ବଦୁଙ୍ଗିଆରେ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ପୂଜାରେ ମାତିଲେ ହାଇୱା ଲୁଟେରା, ବନ୍ଧୁକ ଦେଖାଇ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିଲେ

ପ୍ରକାଶ ଥାଉକି, ରାଜଧାନୀରେ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରି ଲୋକଙ୍କଠୁ ଲୁଟ୍‌ କରୁଛନ୍ତି ଲୁଟେରା ଗ୍ୟାଙ୍ଗ । ଅକ୍ଟୋବର 6 ତାରିଖ ବିଳମ୍ୱିତ ରାତିରେ ଭୁବନେଶ୍ବର ସ୍ଥିତ ଭରତପୁର ଥାନା ଅନ୍ତର୍ଗତ ତମାଣ୍ଡୋ ସ୍ଥିତ ଓମଫେଡ ପାର୍ଲର ନିକଟରେ ଜଣେ ଯୁବକଙ୍କୁ ଆକ୍ରମଣ କରି ଲୁଟ କରିଥିଲେ 3 ଲୁଟେରା । ସେହିପରି ଗତ ସେପ୍ଟେମ୍ବର 10 ତାରିଖରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ରାଜଧାନୀ ସ୍ଥିତ ଚନ୍ଦକା ଅଞ୍ଚଳରେ ସମାନ ଢଙ୍ଗରେ ଲୁଟପାଟ ହୋଇଥିଲା । ଜଣେ ହାଇଓ୍ବା ଡ୍ରାଇଭର ଖୋର୍ଦ୍ଧାରୁ ପଟିଆ ଅଭିମୁଖେ ବଜୁରି ବୋଝେଇ ଗାଡ଼ି ଆଣି ଆସୁଥିବା ବେଳେ ନିଛାଟିଆ ଚନ୍ଦକା ଥାନା ଛତାବର ନିକଟରେ ଟ୍ରକ ଆଗରେ ବାଇକ ରଖିଥିଲେ । ଡ୍ରାଇଭର ଜଣକୁ ତଳକୁ ଭିଡିଆଣି ମାଡ଼ ମାରି 10 ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ ।

ଇଟିଭି ଭାରତ, ଫୁଲବାଣୀ

Last Updated : Oct 12, 2023, 1:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.