ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ଜେଲ୍ - କନ୍ଧମାଳରେ ନାବାଳିକା ଦୁଷ୍କର୍ମ

କନ୍ଧମାଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୧୦ ବର୍ଷ ଜେଲ୍ । ଏହାସହ ୧୦ ହଜାର ଟଙ୍କାର ଆର୍ଥିକ ଜୋରିମାନା ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ ।

ନାବାଳିକା ଦୁଷ୍କର୍ମ ଅଭିଯୋଗ, ଦୋଷୀକୁ ୧୦ ବର୍ଷ ଜେଲ୍

author img

By

Published : May 31, 2022, 10:19 PM IST

ଫୁଲବାଣୀ: ୩ ବର୍ଷ ପରେ ମିଳିଲା ନ୍ୟାୟ । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୧୦ ହଜାର ଟଙ୍କାର ଆର୍ଥିକ ଜୋରିମାନା ସହ ୧୦ ବର୍ଷ କାରାଦଣ୍ଡ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ ।

ସୂଚନା ଅନୁସାରେ ଜୁନ୍ ୨୦, ୨୦୧୯ରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକା ଥିବା ସମୟରେ ସେହି ଅଞ୍ଚଳର ସିଗ୍ନେ ବେହେରା ନାମକ ଯୁବକ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହି ସମୟରେ ନାବାଳିକାର ବାପା ଘରକୁ ଆସି ପାଟି କରିବାପରେ ଅଭିଯୁକ୍ତ ସେଠାରୁ ଖସି ଚାଲି ଯାଇଥିଲା । ଏନେଇ ସେ ଗାଁ କମିଟିରେ ଜଣାଇବା ପରେ ସଭା ବସିଥିଲେ ମଧ୍ୟ ସେଠାରେ କିଛି ସମାଧାନ ହୋଇ ପାରି ନ ଥିଲା । ତେବେ ଜୁନ୍ ୨୪ ତାରିଖରେ ନାବାଳିକା ଜଣକ ଫୁଲବାଣୀ ସଦର ଥାନାରେ ଏତଲା ଦେଇଥିଲେ । ପୋଲିସ ୫୪/୧୯ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ସଞ୍ଜୀବ କୁମାର ବେହେରା ଆଜି(ମଙ୍ଗଳବାର) ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କାର ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.