ETV Bharat / state

ସରକାରୀ ସେବାଶ୍ରମରେ ଲଜ୍ଜା: 6 ମାସର ଗର୍ଭବତୀ ଷଷ୍ଠ ଶ୍ରେଣୀ ଛାତ୍ରୀ!, ଅଜ୍ଞାତବାସରେ ପରିବାର ଓ ଶିକ୍ଷକ

କନ୍ଧମାଳରେ ପୁଣି ଲଜ୍ଜା। ଏକ ସରକାରୀ ସେବାଶ୍ରମରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ 6 ମାସର ଗର୍ଭବତୀ ଥିବା ଜଣାପଡିଛି। ଅଧିକ ପଢନ୍ତୁ

minor girl pregnant allegation
କନ୍ଧମାଳରେ ପୁଣି ଲଜ୍ଜା
author img

By ETV Bharat Odisha Team

Published : Aug 30, 2023, 5:22 PM IST

କନ୍ଧମାଳ: କୋଟଗଡ ବ୍ଲକରେ ଥିବା ଏକ ସେବାଶ୍ରମ ପରିସରରୁ ସାମନାକୁ ଆସିଛି ଲଜ୍ଜାଜନକ ଘଟଣା। ଜଣେ ଷଷ୍ଠଶ୍ରେଣୀ ଛାତ୍ରୀ 6 ମାସର ଅନ୍ତସତ୍ତ୍ବା ହୋଇଥିବା ସନ୍ଦେହ କରାଯାଉଛି l ଘଟଣା ପ୍ରଘଟ ହେବା ଭୟରେ ପ୍ରଧାନ ଶିକ୍ଷକଙ୍କ ସମେତ ପୀଡ଼ିତାଙ୍କ ପରିବାର ଲୋକେ କେଉଁଆଡେ ଚାଲିଯାଇଥିବା କୁହାଯାଉଛି l ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ 14 ବର୍ଷର ନାବାଳିକା 6 ମାସର ଗର୍ଭବତୀ ଥିବା ସୂଚନା ମିଳିଛି l

ସୂଚନା ଅନୁସାରେ, ଚଳିତ ମାସ 15 ତାରିଖ ଦିନ ଛାତ୍ରୀଙ୍କ ଦେହ ଖରାପ ହେବାରୁ କୋଟଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଛାତ୍ରୀଙ୍କ ବାରମ୍ୱାର ଦେହ ଖରାପ ହେବାରୁ ସନ୍ଦେହ ବଢିଥିଲା। ତେଣୁ ଛାତ୍ରୀଙ୍କ ମାଆ ଛାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷା କରାଇଥିଲେ l ଏହା ପରେ ରିପୋର୍ଟ ପଜିଟିଭ ଆସିଥିଲା। ନାବାଳିକା ଜଣକ 24 ସପ୍ତାହର ଗର୍ଭବତୀ ଥିବା ଜଣାପଡିଥିଲା l ଏନେଇ ଘଟଣା ସମ୍ପର୍କରେ ଛାତ୍ରୀଙ୍କ ମାଆ ସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମଣ ପତି ବଳିୟାରସିଂଙ୍କୁ ଜଣାଇଥିଲେ। ଶିକ୍ଷକ ଜଣକ ଲୋକ ଲଜ୍ଜା ଭୟରେ ଛାତ୍ରୀଙ୍କ ପରିବାର ସହିତ ଅଜ୍ଞାତ ବାସରେ ରହି ମେଡିକାଲକୁ ନେଇ ହତାଶ ହୋଇଥିବା ଚର୍ଚ୍ଚା ହେଉଛି l ସେପଟେ ଏହି ଖବର ଶୁଣିବାକୁ ମିଳିବା ପରେ ଶିକ୍ଷକଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ କୌଣସି ଉତ୍ତର ଦେଇନାହାନ୍ତି।

ଏନେଇ କୋଟଗଡ ବ୍ଲକ ମଙ୍ଗଳ ଅଧିକାରୀ ଆଶୁତୋଷ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, "ସେହିଭଳି ଘଟଣା ମୋ ନଜରକୁ ଆସିନାହିଁ l ପ୍ରଧାନ ଶିକ୍ଷକ ସ୍କୁଲରେ ଅଛନ୍ତି ଘଟଣାର ତଦନ୍ତ ପରେ ସବୁକିଛି ଜଣାପଡ଼ିବ l ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଆମ ପ୍ରତିନିଧି ସେବାଶ୍ରମକୁ ଯାଇଥିଲେ ସୁଦ୍ଧା ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ମଧ୍ଯ ଆଶ୍ରମ କର୍ତ୍ତୃପକ୍ଷ ଗେଟ୍ ଖୋଲି ନଥିଲେ। ଏହାପରେ ପୁଣି ଘଟଣାର ଅନୁସନ୍ଧାନ ପାଇଁ ପୀଡ଼ିତା ଛାତ୍ରୀଙ୍କ ଗାଁକୁ ଯାଇ ତାଙ୍କ ବଡ଼ ଭଉଣୀଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି, "ବାପା ମାଆଙ୍କ ସହିତ ସାନ ଭଉଣୀ ଆଜକୁ 7 ଦିନରୁ ଉର୍ଦ୍ଧ୍ବ ସମୟ ହେବ ବାହାରକୁ ଯାଇଛନ୍ତି l"

ଏହା ବି ପଢନ୍ତୁ...କନ୍ୟାଶ୍ରମ ନାବାଳିକା ଗର୍ଭବତୀ ଘଟଣା; ଅଭିଯୁକ୍ତ ଗିରଫ, କୋର୍ଟଚାଲାଣ କଲା ପୋଲିସ

ଅପରପକ୍ଷେ, ଗ୍ରାମବାସୀଙ୍କ କହିବା କଥା, " ପ୍ରଧାନ ଶିକ୍ଷକଙ୍କ ସହିତ ବାପା ମାଆ ଆଉ ଝିଅ 7 ଦିନ ହେବ କେଉଁଆଡେ ଯାଇଛନ୍ତି l" ପୀଡ଼ିତାଙ୍କ ଗର୍ଭ ନଷ୍ଟ ପାଇଁ ମେଡ଼ିକାଲରୁ ମେଡିକାଲକୁ ନିଆଯାଉଥିବା ଚର୍ଚ୍ଚା ହେଉଛି l ଏହିଭଳି ଅତି ସମ୍ବେଦନଶୀଳ ଘଟଣାକୁ ଚାପି ଦେବାକୁ ବିଭାଗୀୟ ଅଧିକାରୀମାନେ ଉଦ୍ୟମ କରୁଥିବା ଶୁଣିବାକୁ ମିଳୁଛି। ଏନେଇ କେହି ମୁହଁ ଖୋଲୁନଥିବା ଅଭିଯୋଗ କରିଛନ୍ତି କୋଟଗଡ଼ ଜିଲ୍ଲା ପରିଷଦ ଜିରିମେୟ ସୁନାମାଝୀ ଏବଂ କନ୍ଧମାଳ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା କୁସୁମ ପ୍ରଧାନ l ତେବେ ଏହି ଘଟଣା ଗୁଜବ ନା ଏଥିରେ ସତ୍ୟତା ରହିଛି ସେ ଦିଗରେ ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ହୋଇପଡିଛି।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.