ETV Bharat / state

କନ୍ଧମାଳରେ ଲଜ୍ଜା, ନାତୁଣୀକୁ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ

author img

By ETV Bharat Odisha Team

Published : Sep 29, 2023, 2:19 PM IST

ନାତୁଣୀକୁ ଅପହରଣ ପରେ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୁକ୍ତ ଅଜା ଫେରାର । ଅଧିକ ପଢନ୍ତୁ

minor girl allegedly raped in kandhamal
minor girl allegedly raped in kandhamal

ଫୁଲବାଣୀ: କନ୍ଧମାଳରେ ଲଜ୍ଜା। ସମ୍ପର୍କୀୟ ନାତୁଣୀକୁ ଅଜା ଦୁଷ୍କର୍ମ କରିଥିବା ଅଭିଯୋଗ । ଅପହରଣ ପରେ ନାତୁଣୀକୁ ଦୁଷ୍କର୍ମ କରାଯାଇଥିବା ପୀଡ଼ିତାଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର କୋଟଗଡ ଥାନା ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଉଛି ନକୁଳ ପାରାସେଠ(32 ବର୍ଷ) । ଏନେଇ କୋଟଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନକୁଳ ସେପ୍ଟେମ୍ବର 1 ତାରିଖରେ ନାବାଳିକାଙ୍କୁ କୋଟଗଡ଼ ଜଗନ୍ନାଥ ମନ୍ଦିର ପାଖରୁ ଉଠାଇ ନେଇ ପ୍ରଥମେ ବାଲିଗୁଡ଼ା ଓ ପରେ ବ୍ରହ୍ମପୁର ନେଇ ଯାଇଥିଲା । ସେଠାରେ 16 ଦିନ ରଖି ନାବାଳିକାଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲା । ଝିଅ କଲେଜରୁ ଘରକୁ ନ ଫେରିବାରୁ ପରିବାର ଲୋକ ନିଜ ସମ୍ପର୍କୀୟ ମାନଙ୍କ ଘରେ ଖୋଜାଖୋଜି କରିଥିଲେ କୌଣସି ଖୋଜଖବର ପାଇନଥିଲେ । ଏହାପରେ 4 ତାରିଖ ଦିନ କୋଟଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । କୋଟଗଡ଼ ପୋଲିସ ଅଭିଯୁକ୍ତର ଘରକୁ ଯାଇ ପଚରାଉଚରା କରିବାରୁ ନକୁଳଙ୍କ ପରିବାର ଲୋକ ଫୋନ ମାଧ୍ୟମରେ ଡକାଇଥିଲେ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଲଜ୍ଜା, ପାଞ୍ଚ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ

ଏହାପରେ ନକୁଳ ପୀଡିତାଙ୍କୁ ବାଲିଗୁଡ଼ାରେ ଛାଡିଦେଇ ଫେରାର ହୋଇ ଯାଇଥିଲା। କୋଟଗଡ଼ ପୋଲିସ 116/23ରେ ଏକ ମାମଲା ରୁଜୁ କରି ଛାନଭିନ କରୁଥିବା କହିଛନ୍ତି କୋଟଗଡ଼ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ି ନାହିଁ । ଏପଟେ ନ୍ୟାୟ ପାଇବା ଅପେକ୍ଷାରେ ରହିଛନ୍ତି ପୀଡ଼ିତାଙ୍କ ପରିବାର । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚାଲିଥିବା କହିଛନ୍ତି ଥାନା ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ-୬ ବର୍ଷ ପରେ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ, ୧୦ ବର୍ଷ କାରାଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ

ସେପ୍ଟେମ୍ବର 23 ତାରିଖରେ କଳାହାଣ୍ଡିରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କକରିଥିଲା 48 ବର୍ଷୀୟ ବ୍ୟକ୍ତି । ମୂର୍ତ୍ତି ବିସର୍ଜନ କରିବାକୁ ନଦୀକୁ ଯାଇଥିବା ବେଳେ ଏକ ଜଙ୍ଗଲକୁ ଉଠାଇ ନେଇ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି ୪୮ ବର୍ଷୀୟ ଉଗ୍ରସେନ ଭୋଇ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.