ETV Bharat / state

ଦାଦନ ଖଟିବାକୁ ଯାଇ ବେଙ୍ଗାଲୁରୁରେ ଆଖି ବୁଜିଲେ ଓଡିଆ ଯୁବତୀ

author img

By

Published : Dec 14, 2022, 12:48 PM IST

ଦାଦନ ଖଟିବାକୁ ଯାଇ ବେଙ୍ଗାଲୁରୁରେ ଆଖି ବୁଜିଲେ ଓଡିଆ ଯୁବତୀ । ପୂର୍ବତନ ବିଧାୟକଙ୍କ ସହାୟତାରେ ଗ୍ରାମରେ ପହଞ୍ଚିଲା ମୃତଦେହ । ଅଧିକ ପଢନ୍ତୁ

ଦାଦନ ଖଟିବାକୁ ଯାଇ ବେଙ୍ଗାଲୁରୁରେ ଆଖି ବୁଜିଲେ ଓଡିଆ ଯୁବତୀ
ଦାଦନ ଖଟିବାକୁ ଯାଇ ବେଙ୍ଗାଲୁରୁରେ ଆଖି ବୁଜିଲେ ଓଡିଆ ଯୁବତୀ

ଫୁଲବାଣୀ: କନ୍ଧମାଳରେ ସରୁନି ଦାଦନ ଶ୍ରମିକ ଦୁଃଖ । ପେଟ ପାଇଁ ସୁଦୂର ବେଙ୍ଗାଲୁରୁ ସହରକୁ ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବୁର୍ଲୁବାରୁ ଅଞ୍ଚଳର ଜଣେ ଯୁବତୀଙ୍କ ସେଠାରେ ମୃତ୍ୟୁ ହୋଇଛି । ମୃତକ ବୁର୍ଲୁବାର ଗାଁର କାଣ୍ଡାମା ଜାନିଙ୍କ ୨୨ ବର୍ଷୀୟ ଝିଅ ମାମା ଜାନି । ସେ କୁଟିଆକନ୍ଧ ଆଦିମ ଜନଜାତି ସମ୍ପ୍ରଦାୟର ଅଟନ୍ତି । ମୃତ ଯୁବତୀ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁ ସହରର ସାଇ ଏକ୍ସପୋର୍ଟ ନାମକ କମ୍ପାନୀରେ କାମ କରୁଥିଲେ । ଅସୁସ୍ଥତା କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ବେଳେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ସହଯୋଗରେ ଆଜି(ବୁଧବାର) ମୃତଦେହ ଜନ୍ମମାଟିରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଘର ଚଳାଇବାକୁ ଦି' ପଇସା ରୋଜଗାର ଆଶାରେ ବୁର୍ଲୁବାରୁ ଗ୍ରାମର ଏହି ଯୁବତୀ ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ସାଇ ଏକ୍ସପୋର୍ଟ ନାମକ କମ୍ପାନୀରେ ୧୪ ନମ୍ବର ୟୁନିଟରେ କାର୍ଯ୍ୟ କରିଆସୁଥିଲେ । କିଛି ଦିନ ତଳେ କୌଣସି ଏକ ରୋଗରେ ପୀଡ଼ିତ ହୋଇ ସେ ବାଙ୍ଗାଲୋର ସହରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଚଳିତ ମାସ ଗତ ୧୦ ତାରିଖରେ ଦିନ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା(migrant odia labour dies in Bangalore) । ଏହାପରେ ଅସହାୟ ନିରକ୍ଷର ବାପା ଝିଅର ମୃତଦେହ ଫେରାଇ ଆଣିବାକୁ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ପ୍ରଶାସନ ନଶୁଣୁବାରୁ ସେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କୁ ଗୁହାରି କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଚିଟଫଣ୍ଡ ଠକେଇ ମାମଲା: ଏମ୍‌ସ ମାର୍କେଟିଂ ସଂସ୍ଥାର ଏମ୍‌ଡି ଦୋଷୀ ସାବ୍ୟସ୍ତ

ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଉଦ୍ୟମରେ ଆଜି ବିମାନ ଯୋଗେ ମାମା ଜାନିଙ୍କ ମୃତଦେହ ଭୁବନେଶ୍ୱର ଅଣାଯିବା ପରେ ମହାପ୍ରୟାଣ ଗାଡିରେ ବେଲଘର ବୁର୍ଲୁବାରୁ ଗାଁରେ ପହଞ୍ଚିଛି । ଏହି ସମୟରେ ବେଲଘର ସରପଞ୍ଚ ଗୋବିନ୍ଦ ମାଝୀ, ଗୁମା ସରପଞ୍ଚ ସଂଜୁ ମଲ୍ଲିକ, ବେଲଘର ପଞ୍ଚାୟତର ସଭାପତି ଗଙ୍ଗାଧର ଗରଡ଼ିଆ, ତୁମୁଡିବନ୍ଧ ବିଜେପି ଯୁବ ସଭାପତି ଶଙ୍କର ବଡ଼ନାୟକ ଓ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ସଭିଙ୍କୁ କାମ ସଭିଙ୍କୁ ରୋଜଗାର, ମହିଳା ସଶକ୍ତିକରଣ, ମିଶନ ଶକ୍ତି ଭଳି ଯୋଜନା ତଥା ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ବେଲଘରରେ କୁଟିଆକନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଥିବା ବେଳେ ଏହି ଅଞ୍ଚଳରୁ ଦାଦନ ଦୁଃଖ ସରୁନାହିଁ । ଏନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.