ETV Bharat / state

କନ୍ଧମାଳରେ ପୁଣି ଲଜ୍ଜା, ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ - କନ୍ଧମାଳ ନ୍ୟୁଜ୍

କନ୍ଧମାଳରେ ପୁଣି ଲଜ୍ଜା । କନ୍ଧମାଳରେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଥାନାରେ ଏତଲା ଦେଲେ ପୀଡ଼ିତାଙ୍କ ସ୍ବାମୀ । ଅଧିକ ପଢନ୍ତୁ

କନ୍ଧମାଳରେ ପୁଣି ଲଜ୍ଜା, ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

author img

By

Published : Oct 14, 2022, 5:32 PM IST

Updated : Oct 14, 2022, 6:08 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା । ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ (Mentally ill woman raped in Kandhamal) ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ଉକ୍ତ ମହିଳାଙ୍କୁ ରାସ୍ତାକଡ଼ରେ ଦୁର୍ବୃତ୍ତ ଫିଙ୍ଗି ଦେଇ ଚାଲିଯାଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ସ୍ବାମୀ ଏନେଇ ଗୁରୁବାର ଜି ଉଦୟଗିରିରେ ଏତଲା ଦେଇଥିବା ବେଳେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।

ଚଳିତ ମାସ ଅକ୍ଟୋବର ୯ ତାରିଖରେ କଳିଙ୍ଗା ଫୁଲବାଣୀ ମାଷ୍ଟରପଡ଼ାର ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପ୍ରଥମେ ଅପହରଣ କରିବା ପରେ ୨ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡିତାଙ୍କ ସ୍ବାମୀ ସରକାରୀ କର୍ମଚାରୀ ହୋଇଥିବା ବେଳେ ଗତକାଲି ଜି ଉଦୟଗିରି ଥାନାରେ ଏକ ଏତଲା ଦେଇଛନ୍ତି । ଜି ଉଦୟଗିରି ଥାନା ଏନେଇ ୧୩୯/୨୨ ମାମଲା ରୁଜୁ ହେବ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ- କେରଳ ପରେ ଗୁଜୁରାଟରେ ନରବଳି, ଧନ ପାଇଁ ଝିଅକୁ ହତ୍ୟା କଲେ ପରିବାର

ସୂଚନା ଅନୁସାରେ ଅକ୍ଟୋବର ୯ ତାରିଖରେ କଳିଙ୍ଗା ଫୁଲବାଣୀ ମାଷ୍ଟରପଡ଼ାର ମାନସିକ ବିକାରଗ୍ରସ୍ତ ମହିଳା ଶଙ୍କାରାଖୋଲକୁ ଲକ୍ଷ୍ମୀ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପରେ ମହିଳା ଜଣକ କଳିଙ୍ଗ ଘାଟିର ଅନ୍ଧାରକୋଟି ପଟେ ଯାଉଥିଲେ । ଏହି ସମୟରେ କେତେକ ଦୁର୍ବୃତ୍ତ ମହିଳାଙ୍କୁ ଅପହରଣ କରି ନେଇଥିଲେ । ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- ପୋଲିସ ହାତରେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଡିଟେଲ୍ସ, ଯାଞ୍ଚ ବେଳେ ତାଜୁବ ପୋଲିସ

ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ମହିଳାଙ୍କୁ ବେଡିଗୁବା ସ୍ଥିତ ଏକ ମନ୍ଦିର ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ଏ ସମ୍ପର୍କରେ ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜି. ଉଦୟଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ପରେ ଥାନାକୁ ସୂଚନା ଦେବା ପରେ ପୀଡିତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପୀଡ଼ିତାଙ୍କ ବୟାନକୁ ଆଧାର କରି ତାଙ୍କ ସ୍ଵାମୀ ଥାନାରେ ଏତଲା ଦେଇଛନ୍ତି । ମହିଳା ଜଣକ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ତାଙ୍କ ସ୍ଵାମୀ ଜଣକ ସରକାରୀ କର୍ମଚାରୀ ବୋଲି ଜଣାପଡିଛି । ଏହି ଘଟଣାକୁ ସାଧାରଣରେ ଘୋର ନିନ୍ଦା କରାଯାଇଥିବା ବେଳେ ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

Last Updated : Oct 14, 2022, 6:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.