ETV Bharat / state

Russia-Ukraine War: ୟୁକ୍ରେନରେ ଫସିଛନ୍ତି କନ୍ଧମାଳର ଛାତ୍ର, ଫେରିବା ଚିନ୍ତାରେ ପିତାମାତା - ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଲଗି ରହିଛି । ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ତେବେ କନ୍ଧମାଳର ଜିଲ୍ଲା ଫୁଲବାଣୀ ବ୍ରାହ୍ମଣ ସାହିରେ ରହୁଥିବା କୁମୁଦ ଚନ୍ଦ୍ର ମଲ୍ଲିକ ଓ ଦ୍ରୌପତୀଙ୍କ ପୁଅ ଜଗଦୀପ ମଲ୍ଲିକ ୟୁକ୍ରେନର ସହର ଡିମ୍ପପ୍ରୋରେ ଫସି ରହିଛନ୍ତି । ଅଧିକ ପଢନ୍ତୁ

Russia Ukraine War: ୟୁକ୍ରେନରେ ଫସିଛନ୍ତି କନ୍ଧମାଳର ଛାତ୍ର

author img

By

Published : Feb 26, 2022, 1:20 PM IST

ଫୁଲବାଣୀ: ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଲଗି ରହିଛି । ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଏପରି ସ୍ଥଳେ କନ୍ଧମାଳର ଜିଲ୍ଲା ଫୁଲବାଣୀ ବ୍ରାହ୍ମଣ ସାହିରେ ରହୁଥିବା କୁମୁଦ ଚନ୍ଦ୍ର ମଲ୍ଲିକ ଓ ଦ୍ରୌପତୀଙ୍କ ପୁଅ ଜଗଦୀପ ମଲ୍ଲିକ ୟୁକ୍ରେନର ସହର ଡିମ୍ପପ୍ରୋରେ ଫସି ରହିଛନ୍ତି । ଜଗଦୀପ ମଲ୍ଲିକ ଡିମ୍ପପ୍ରୋ ପେଟ୍ରୋ ଭୋକ୍ସ ଷ୍ଟେଟ ମେଡିକାଲ ଇଣ୍ଟରସିଟିର ଚତୁର୍ଥ ବର୍ଷ ମେଡିକାଲ ଛାତ୍ର ।

Russia Ukraine War: ୟୁକ୍ରେନରେ ଫସିଛନ୍ତି କନ୍ଧମାଳର ଛାତ୍ର

ତେବେ ଶୁକ୍ରବାରଠୁ ବୋମାବର୍ଷାର ଶବ୍ଦ ଶୁଭୁଥିବାରୁ ଭୟ ଓ ଆଶଙ୍କାରେ ରହିଛନ୍ତି ଜଗଦୀପ । ଏପଟେ ବାପା-ମାଆ ଚିନ୍ତାରେ କିପରି ସୁରକ୍ଷିତ ଭାବରେ ପୁଅ ଫେରିବ । ଜଗଦୀପ ଚାରି ବର୍ଷ ହେଲା ସେଠାରେ ରହି ଡାକ୍ତରୀ ପାଠ ପଢୁଛନ୍ତି ।

ଅନ୍ୟପଟେ ପରିସ୍ଥିତିକୁ ଦେଖି ନିକଟସ୍ଥ ଦୋକାନରୁ ସାଙ୍ଗ ମାନଙ୍କ ସହ କିଛି ଦିନର ସୌଦା କିଣି ଆଣିଛନ୍ତି । ତେବେ ପୁଅ ଭଲରେ ଅଛି ବୋଲି ପୁଅ ବାପା-ମାଆଙ୍କୁ ଭିଡିଓ କଲ ଯୋଗେ କହିଛନ୍ତି । ଜଗଦୀପ ଓ ଭାରତୀୟ ଛାତ୍ରଙ୍କ ଭିତରେ ଏକ ଭୟର ବାତାବରଣ ଖେଳି ଯାଇଛି ବୋଲି କହିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.