ETV Bharat / state

ଡମ୍ପ ୟାର୍ଡରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ନିକଟ ରଢା ଗାଁ ହାତୀପେରୁ ଜଙ୍ଗଲ ପୋଲ ତଳେ ଥିବା ଡମ୍ପ ୟାର୍ଡରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ସିଆରପିଏଫ ଟିମ୍ । ଚଢାଉବେଳେ ଲ୍ୟାଣ୍ଡମାଇନ ପାଇଁ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ, 25ଟି ଡିଟୋନେଟର, ପିସ୍ତଲ, ଗୁଳି ଏବଂ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

author img

By

Published : Mar 17, 2019, 11:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଘୋଷଣା ହୋଇଯାଇଛି ନିର୍ବାଚନ ତାରିଖ । ଏହା ସହିତ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରକ୍ରିୟା । ଶୃଙ୍ଖଳା ସହକାରେ ନିର୍ବାଚନ କିପରି ସମ୍ପନ୍ନ ହେବ, ସେ ନେଇ ପୋଲିସ ପକ୍ଷରୁ ମଧ୍ୟ ଆରମ୍ଭ ହୋଇଯାଇଛି ସମସ୍ତ ବନ୍ଦୋବସ୍ତ । ବିଶେଷ କରି ମାଓ ପ୍ରବଣ ଅଞ୍ଚଳରେ ରହିଛି ଖାସ ବନ୍ଦୋବସ୍ତ । ଏନେଇ ପ୍ରତିଦିନ ସିଆରପିଏଫର କୋବ୍ରା ବାହୀନି, ଏସଓଜି ଏବଂ ଡିଭିଏଫର ସ୍ବତନ୍ତ୍ର ଟିମ୍‌ ଆଣ୍ଟି ନକ୍ସଲ ଅପରେସନ ଜାରି ରଖିଛନ୍ତି । ଏହା ସହିତ ଜାରି ରହିଛି ଏରିଆ ଡୋମିନେସନ ଏକ୍ସରସାଇଜ ।

ଇତି ମଧ୍ୟରେ ରବିବାର କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ନିକଟ ରଢା ଗାଁ ହାତୀପେରୁ ଜଙ୍ଗଲ ପୋଲ ତଳେ ଥିବା ଡମ୍ପ ୟାର୍ଡରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ସିଆରପିଏଫ ଟିମ୍ । ବିଶେଷ ସୁତ୍ରରୁ ସୂଚନା ପାଇ ଚଢାଉ କରିଥିଲା ଏରିଆ ଡୋମିନେସନ ଟିମ୍ । ଚଢାଉବେଳେ ଲ୍ୟାଣ୍ଡମାଇନ ପାଇଁ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ, 25ଟି ଡିଟୋନେଟର, ପିସ୍ତଲ, ଗୁଳି ଏବଂ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।

ତେବେ ଆଗକୁ ମଧ୍ୟ ଏଭଳି କୁମ୍ବିଂ ଅପରେଶନ ଜାରି ରହିବ ବୋଲି ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.