ETV Bharat / state

ମାତିଲେ ମାଓବାଦୀ, ଠିକାଦାରଙ୍କୁ ଗୁଳି କରି ହତ୍ୟା

ପୁଣି ମାତିଲେ ମାଓବାଦୀ । କିଛିଦିନର ନିରବତା ପରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ମାଓବାଦୀମାନେ ଫିରିଙ୍ଗିଆ ଥାନା ସୁମେରୁବନ୍ଧ ପଞ୍ଚାୟତର କିଲରପଙ୍ଗାରେ ଠିକାଦାରଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 28, 2019, 9:20 AM IST

Updated : Apr 28, 2019, 8:42 PM IST

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । କିଛିଦିନର ନିରବତା ପରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ମାଓବାଦୀମାନେ ଫିରିଙ୍ଗିଆ ଥାନା ସୁମେରୁବନ୍ଧ ପଞ୍ଚାୟତର କିଲରପଙ୍ଗାରେ ଠିକାଦାରଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଶନିବାର ରାତିରେ 10ରୁ 15 ସଶସ୍ତ୍ର ମାଓବାଦୀ, ସ୍ଥାନୀୟ ଠିକାଦାର ତଥା ଛେଳି ବେପାରୀ କୈଳାଶ ଦିଗାଲଙ୍କୁ ଗୁଳି କରି ହତ୍ୟା କରିଥିବା ଖବର ମିଳିଛି । ହତ୍ୟାପରେ ମାଓବାଦୀମାନେ ସେଠାରେ କେକେବିଏନ ଡିଭିଜନ ପକ୍ଷରୁ ଏ ହତ୍ୟା କରାଯାଇଥିବାର ଏକ ପୋଷ୍ଟର ପକାଇଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ କୈଳାଶ ପୋଲିସ ଇନଫରର୍ମର ଥିବା ଦର୍ଶାଯାଇଛି ।

ସୂଚନା ଥାଉକି, କୈଳାଶଙ୍କ ଗାଁ ଡମାଙ୍ଗପଦର ହୋଇଥିବାବେଳେ ସେ ଛେଳି କିଣିବା ପାଇଁ କିଲରପଙ୍ଗା ଯାଇଥିଲା । ସେଠାରେ ତାଙ୍କୁ ହତ୍ୟା କରାଯାଇଛି ।

ଏନେଇ ଖବର ପାଇବା ପରେ ଫିରିଙ୍ଗିଆ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ତେବେ ଏହା ଦୁର୍ଗମ ଏବଂ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ ଏସଓପି ନିୟମକୁ ପାଳନ କରି ଘଟଣାସ୍ଥଳକୁ ଯିବେ ବୋଲି ସୂଚନା ମିଳିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
Last Updated : Apr 28, 2019, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.