ETV Bharat / state

Mao Poster In Kandhamal: ପୋଷ୍ଟର ଲଗାଇ ଇନଫର୍ମର ଓ ଠିକାଦାରଙ୍କୁ ଲାଲବାହିନୀର ଚେତାବନୀ - କନ୍ଧମାଳ ମାଓ ପୋଷ୍ଟର

ଲାଲବାହିନୀର ପୋଷ୍ଟର ଠାବ । ପୁଣି ଥରେ ନିଜର ଉପସ୍ଥିତି ଜାହିର କଲା ଲାଲବାହିନୀ । କନ୍ଧମାଳ ଜିଲ୍ଲା ବାଘୁନା ଡିଭିଜନ କୋଟଗଡ ଥାନା ବଣ୍ଡାପିପିଲିରେ ମାଓପୋଷ୍ଟର ଦେଖିବାକୁ ମିଳିଛି (Mao Poster In Kandhamal ) । ଅଧିକ ପଢନ୍ତୁ

ପୋଷ୍ଟର ଲଗାଇ ଶିକ୍ଷକ ଓ ଠିକାଦାରଙ୍କୁ ଲାଲବାହିନୀର ଚେତାବନୀ

author img

By

Published : Apr 24, 2022, 8:55 AM IST

ଫୁଲବାଣୀ: ଲାଲବାହିନୀର ପୋଷ୍ଟର ଠାବ । ପୁଣି ଥରେ ନିଜର ଉପସ୍ଥିତି ଜାହିର କଲା ଲାଲବାହିନୀ । କନ୍ଧମାଳ ଜିଲ୍ଲା ବାଘୁନା ଡିଭିଜନ କୋଟଗଡ ଥାନା ବଣ୍ଡାପିପିଲିରେ ମାଓପୋଷ୍ଟର ଦେଖିବାକୁ ମିଳିଛି । ଇନର୍ଫରମର ଓ ଠିକାଦାରଙ୍କୁ ପୋଷ୍ଟରରେ ଚେତାବନୀ ଦିଆଯାଇଛି ।

ପୋଷ୍ଟରରେ ସ୍ଥାନୀୟ କିଛି ଲୋକ ଓ ଶିକ୍ଷକ ପୋଲସର ଇନଫର୍ମର ଥିବା ଏବଂ ଆଉ କିଛି ଲୋକ ଠିକାକାମ କରି ଲୋକଙ୍କୁ ଠକୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛ । ଅନ୍ୟ ଲୋକମାନେ ଏହିସବୁ କାମରୁ ନିବୃତ୍ତ ରହିବାକୁ ଚେତାବନୀ ଦିଆଯାଇଛି । ଏହାସହ ଜନଅଦାଲତରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି । ଲୋକଙ୍କୁ ଠକିଲେ ପୋଲିସ ଇନଫର୍ମର କାମ ନ ଛାଡିଲେ ଦଣ୍ଡ ମିଳିବ ବୋଲି ଚେତାବନୀ ଦେଇଛି ଲାଲବାହିନୀ ।

ପୋଷ୍ଟରର ତଳେ ବାଘୁନା ଡିଭିଜନ, ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ୍ୟ ରହିଛି । ଏହାକୁ ନେଇ ଅଞ୍ଚଳ ବାସି ଭୟଭୀତ ଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଉକ୍ତ ସ୍ଥାନକୁ ପହଞ୍ଚି ନାହିଁ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.