ETV Bharat / state

କନ୍ଧମାଳରେ ପୁଣି ମାତିଲେ ମାଓବାଦୀ , ଫିରିଙ୍ଗିଆରେ ଲଗାଇଲେ ଲାଲ୍ ବ୍ୟାନର୍ - Mao activity in Kandhamal

Kandhamala Moa Poster: କନ୍ଧମାଳ ଫିରିଙ୍ଗିଆ ଲାଗିଲା ଲାଲ ବ୍ୟାନର । ଗଞ୍ଜେଇ ଗଛ ନ କଟାଇବା ପାଇଁ ଦାବି କଲା ଲାଲବାହିନୀ । ଅଧିକ ପଢନ୍ତୁ

ପୁଣି କନ୍ଧମାରେ ମାଓ ପୋଷ୍ଟର, ଦବଦବା ଜାହିର କଲା ଲାଲବାହିନୀ

author img

By ETV Bharat Odisha Team

Published : Nov 22, 2023, 6:39 PM IST

ପୁଣି କନ୍ଧମାରେ ମାଓ ପୋଷ୍ଟର, ଦବଦବା ଜାହିର କଲା ଲାଲବାହିନୀ

ଫୁଲବାଣୀ: ପୁଣି କନ୍ଧମାଳରେ ଲାଗିଲା ଲାଲ ବ୍ୟାନର । ଗଞ୍ଜେଇ ଗଛ ନ କଟାଇବା ପାଇଁ ଦାବି କଲା ମାଓ ସଂଗଠନ । ରାଜ୍ୟରେ ଦିନକୁ ଦିନ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ଗୃହ ବିଭାଗ ମାଓ ଦମନରେ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ପୁଣି କନ୍ଧମାଳ ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଜିଲ୍ଲାର ଫିରିଙ୍ଗିଆ ଥାନା କେଳାପଡା ପଞ୍ଚାୟତ ଅନ୍ତର୍ଗତ ବୈରି କୁମ୍ପା ମୁଖ୍ୟରାସ୍ତା କଡର ଏକ ବର ଗଛରେ ଲାଗିଛି ଲାଲ ବ୍ୟାନର । ଯେଉଁଥିରେ ମାଓ ସଂଗଠନ ସିପିଆଇ ମାଓବାଦୀ କନ୍ଧମାଳ ଲେଖା ରହିଥିବା ବେଳେ ୫ଗୋଟି ଦାବି ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି ।

ଦାବିଗୁଡିକୁ ମଧ୍ୟରେ ରହିଛି କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ କଟା ବନ୍ଦ କରାଯାଉ, ଗଞ୍ଜେଇ କେସରେ ଆଇଆଇସି ଏବଂ ହୋମଗାର୍ଡମାନଙ୍କୁ ଶୀଘ୍ର ଗିରଫ କରାଯାଉ, ବାଲି ଗଟା ଗାଁର 8 ଚୋର ଡକାୟତମାନଙ୍କୁ ଗିରଫ କରାଯାଉ, ଟାଉନର ଦାଦାଗିରିମାନଙ୍କୁ ମୃତ୍ୟୁ ଦଣ୍ଡ ଏବଂ ଡୁପ୍ଲିକେଟ ଆଇଆଇସିଙ୍କୁ ମୃତ୍ୟୁ ଦଣ୍ଡ ଦେଇ ଆମକୁ ସହଯୋଗ କରନ୍ତୁ ।ଆମର ଦାବି ମାନନ୍ତୁ ମାଓ ସଂଗଠନ ସିପିଆଇ ମାଓବାଦୀ କନ୍ଧମାଳ ଲେଖା ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଗତକିଛିଦିନ ତଳେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ୨ଜଣ ହୋମଗାର୍ଡ ପୋଲିସ ଗାଡିରେ ଗଞ୍ଜେଇ ବିକ୍ରି କରିବାକୁ ନେଉଥିବା ଅଭିଯୋଗରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ଫିରିଙ୍ଗିଆ ଥାନାକୁ ପୋଡି ଦେଇଥିଲେ । ଏହା ସହ ଅବକାରୀ ପୋଲିସ ନାମରେ 8 ଜଣ ଡକାୟତ ବାଲି ଗଟା ଗ୍ରାମରେ ମଧ୍ୟରାତ୍ରରେ ଡକାୟତି କରି ସୁନାଗହଣା, ଟଙ୍କା ଲୁଟି ନେଇଥିଲେ । ସେଥିମଧ୍ୟରୁ 6 ଜଣଙ୍କୁ ଫିରିଙ୍ଗିଆ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା ତେବେ ଅନ୍ୟ ୨ଜଣ ଡକାୟତ ପେରାଥିବା ଜଣାୁପଡିଛି ।

ଏହା ମଧ୍ୟ ପଢନ୍ତୁ....ମାଓବାଦୀଙ୍କ ଟାର୍ଗେଟରେ ବିଜେଡି ନେତା, ରାମନାକୁପୁଲିରେ ପୋଷ୍ଟର ମାରି ଚେତାଇଲା ଲାଲବାହିନୀ

ପୂର୍ବରୁ ମଧ୍ୟ କନ୍ଧମାଳ ଜିଲ୍ଲାରରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ଗତ ଅଗଷ୍ଟ ମାସ ୩୧ ତାରିଖ ଦିନ ଫିରିଙ୍ଗିଆ ଥାନା ଅଞ୍ଚଳରେ ମାଓ ପୋଷ୍ଟର ମାରି ଦବଦବା ଜାହିର କରିଥିଲେ ଲାଲବାହିନୀ । ମାଓ ଆଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା ।ଘାଟି ସାହି, ମାଝୀ ପଡା, ଦରଘା ବାଲି ପ୍ରଭୃତି ଅଞ୍ଚଳରେ ମଧ୍ୟ ଏହି ପୋଷ୍ଟର ଲିଗିଥିଲା । ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବିଏନ ଡିଭିଜନର ସଚିବ ବିଜୟ ନାଁ ଲେଖା ହୋଇଥିବା ଦେଖିବାକୁ ମିଳିଥିଲା ।ସେଥିରେ ମାଓ ସଂଗଠନ ଫିରିଙ୍ଗିଆ ଥାନା ପୋଡି ଘଟଣାକୁ ସମର୍ଥନ କରିବା ସହ ପୋଲିସ ଓ ସରକାରଙ୍କ ଦମନ ମୂଳକ କାର୍ଯ୍ୟକଳାପକୁ ନିନ୍ଦା କରିଥିଲା ଲାଲବାହିନୀ ।ଏହା ସହ ୪ ଜିଲ୍ଲାରେ ବନ୍ଦ ଡାକରା ମଧ୍ୟ ଦେଇଥିଲେ ମାଓବାଦୀ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.