ETV Bharat / state

Mao Poster: PLGA ସପ୍ତାହ ପାଳନ ପାଇଁ ଆହ୍ଵାନ - ଲାଲବାହିନୀର ମାଓ ପୋଷ୍ଟର

ଦୀର୍ଘଦିନର ବ୍ୟବଧାନ ପରେ ବାଲିଗୁଡାରେ ଲାଗିଲା ମାଓ ପୋଷ୍ଟର । ମାଓ ପୋଷ୍ଟର ମାରି ନିଜ ସ୍ଥିତିକୁ ଯାହିର କରିଛନ୍ତି ଲାଲବାହିନୀ । ଅଧିକ ପଢନ୍ତୁ

ଲାଲ ବାହିନୀର ମାଓ ପୋଷ୍ଟର: ପିଏଲଜିଏ (PLGA) ସପ୍ତାହ ପାଳନ କରିବାକୁ ଆହ୍ଵାନ

author img

By

Published : Nov 30, 2021, 3:49 PM IST

ଫୁଲବାଣୀ: ଦୀର୍ଘଦିନର ବ୍ୟବଧାନ ପରେ ବାଲିଗୁଡାରେ ଲାଗିଲା ମାଓ ପୋଷ୍ଟର (mao poster seen in kandhamal) । ମାଓ ପୋଷ୍ଟର ମାରି ନିଜ ସ୍ଥିତିକୁ ଯାହିର କରିଛନ୍ତି ଲାଲବାହିନୀ । ବାଲିଗୁଡା ଥାନା ଅଞ୍ଚଳର ବାଟାଗୁଡାର ମିଡିଆପାଙ୍ଗା ଓ ବାରଖମା ରେବିଙ୍ଗିଆ ଅଞ୍ଚଳରେ କେକେବିଏନ ମାଓ ସଂଗଠନର ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ପୋଷ୍ଟରଗୁଡିକ ଓଡିଆ ଭାଷା ସହ ହିନ୍ଦୀ ଭାଷାରେ ଲେଖାଯାଇଛି । ତେବେ ଏହି ପୋଷ୍ଟରରେ ଜନସାଧାରଣଙ୍କୁ ଜଙ୍ଗଲକୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ପାଇଁ ବାରଣ କରାଯାଇଥିବା ସହ ଜଙ୍ଗଲର ବିଭିନ୍ନ ସ୍ଥାନରେ ବମ ଖଞ୍ଜା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଅଛି ।

ଲାଲ ବାହିନୀର ମାଓ ପୋଷ୍ଟର: ପିଏଲଜିଏ (PLGA) ସପ୍ତାହ ପାଳନ କରିବାକୁ ଆହ୍ଵାନ

ଗଞ୍ଜେଇ କାଟିବାକୁ ଆସୁଥିବା ପୋଲିସ କର୍ମଚାରୀ ଓ ବନବିଭାଗ କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା, କୁମ୍ବିଙ୍ଗ ନାମରେ ଆସି ମାଁ ଭଉଣୀମାନଙ୍କୁ ଅତ୍ୟାଚାର କରୁଥିବା ଲେଖିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ସହ ସରକାରୀ ମଦ ଦୋକାନ ବନ୍ଦ କରିବା ଏବଂ ଡିସେମ୍ବର ୨ ରୁ ୮ ପିଏଲଜିଏ (PLGA) ସପ୍ତାହ ପାଳନରେ ବଡ ସଂଖ୍ୟାରେ ଯୁବସାମଜ ଯୋଗ ଦେବାକୁ ଆହ୍ବାନ ଦେଇଥିବା ଦେଖିବାକୁ ମିଳିଛି । ଶେଷରେ ସିପିଆଇ କେକେବିଏନ୍ ଡିଭିଜନ ଲେଖାଯାଇଛି । ବାଲିଗୁଡା ଥାନା ପକ୍ଷରୁ ମାଓ ପୋଷ୍ଟରକୁ ଜବତ କରିଛି ବାଲିଗୁଡା ପୋଲିସ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭ।ରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.