ETV Bharat / state

ମମିତା ହତ୍ୟାକାଣ୍ଡ: CBI ତଦନ୍ତ ଦାବି କଲା ଆଞ୍ଚଳିକ ମହିଳା ସଂଘ - ମମିତା ହତ୍ୟାକାଣ୍ଡ

ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଦାରିଙ୍ଗବାଡ଼ି ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଆଞ୍ଚଳିକ ମହିଳା ସଂଘ । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ :  CBI ତଦନ୍ତ ଦାବି କଲା ଆଞ୍ଚଳିକ ମହିଳା ସଂଘ

author img

By

Published : Nov 4, 2021, 11:26 AM IST

ଫୁଲବାଣୀ: ମମିତା ମେହେର ହତ୍ୟା ମାମଲାକୁ ନେଇ ତେଜୁଛି ପ୍ରତିବାଦର ନିଆଁ । ଏନେଇ ଆଜି ଦାରିଙ୍ଗବାଡ଼ି ଆଞ୍ଚଳିକ ମହିଳା ସଂଘ ତରଫରୁ ରାଲି କରାଯିବାପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାରିଙ୍ଗବାଡ଼ି ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ରରେ ମମିତା ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ଦାବି କରାଯାଇଛି ।

ମମିତା ହତ୍ୟାକାଣ୍ଡ : CBI ତଦନ୍ତ ଦାବି କଲା ଆଞ୍ଚଳିକ ମହିଳା ସଂଘ

ଏନେଇ ଆଜି ସକାଳୁ ଦାରିଙ୍ଗବାଡ଼ି ଆଞ୍ଚଳିକ ମହିଳା ମହାସଂଘର ଶତାଧିକ ମହିଳା ତହସିଲ ପଡ଼ିଆରେ ଏକତ୍ରିତ ହୋଇ ଏକ ରାଲିରେ ବାହାରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ରାଲି ସମୟରେ ମହିଳାମାନେ ହାତରେ ଫ୍ଲାକାର୍ଡ଼ ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେବା ସହ ମମିତା ହତ୍ୟାକାରୀ ଗୋବିନ୍ଦ ସାହୁଙ୍କୁ ଫାଶି ଦଣ୍ଡ ଦିଆଯାଉ ବୋଲି ନାରା ଦେଇଥିଲେ । ଏଥିସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ଏହାପରେ ଏକ ଲିଖିତ ସ୍ମାରକ ପତ୍ର ବ୍ଳକ କାର୍ଯ୍ୟାଳୟରେ ଓ ଥାନାରେ ପ୍ରଦାନ କରିଛନ୍ତି । ଏଥିରେ ଆଞ୍ଚଳିକ ମହିଳା ମହାସଂଘର ବିଳାସିନି ନାୟକ, ସିମିଲାରାଣୀ ପଡ୍ରା, ସୋନାଲି ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.